www.samajalive.in
Sunday, December 7, 2025
13.1 C
Bhubaneswar

ରାମନାଗୁଡାରେ ସପ୍ତାହାନ୍ତ ସଟଡାଉନ୍, ପୁଲିସ ପାଟ୍ରୋଲିଂ କଡ଼ାକଡ଼ି

ରାମନାଗୁଡା: କରୋନାର ଦ୍ବିତୀୟ ଲହର ଏବେ ରାଜ୍ୟରେ ଦ୍ରୁତ ଗତିରେ ବଢ଼ୁଥିବା ବେଳେ କୋଭିଡ଼ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ରାୟଗଡ଼ା ଜିଲ୍ଲା ରାମନାଗୁଡାରେ ମଧ୍ୟ ସପ୍ତାହନ୍ତ ସଟଡାଉନ୍ ଜାରିରହିଛି। ଅତ୍ୟାବଶ୍ୟକୀୟ ସାମଗ୍ରୀ ଛାଡ଼ିଦେଲେ ସମସ୍ତ ପ୍ରକାର ଦୋକାନ ବଜାର ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି। ଏଥିରେ ଆମ୍ବୁଲାନ୍ସସେବା, ବିଦ୍ୟୁତସେବା, ଟେଲିଫୋନ ସେବା, ସ୍ବାସ୍ଥ୍ୟ ଓ ମାଲ୍ ପରିବହନକୁ ଏଥିରୁ ବାଦ୍ ଦିଆଯାଇଛି।

ସେହିପରି ରାମନାଗୁଡା ଫାଣ୍ଡି ଅଧିକାରୀ କୃତିବାସ ହରିଚନ୍ଦନ ସଟଡାଉନ୍ ସମୟରେ ଲୋକଙ୍କୁ ଘରୁ ନ ବାହାରିବାକୁ ଅନୁରୋଧ କରିବା ସହ ପୁଲିସ ପକ୍ଷରୁ ରାମନାଗୁଡା ମୁଖ୍ୟ ବଜାର ଛକ, ବ୍ଲକ ଅଫିସ ଛକ ଆଦି ସ୍ଥାନ ଗୁଡିକରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ସେହିପରି ସଟଡାଉନ୍ ସମୟରେ କିଛି ଅମାନିଆଙ୍କଠାରୁ ଫାଇନ ଆଦାୟ କରାଯିବା, ମାସ୍କ ଆଦି ବ୍ୟବହାର ସହ ଅତିଆବଶ୍ୟକ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ରାମନାଗୁଡା ଭାରାପ୍ରାପ୍ତ ତହସିଲଦାର ଫ୍ରଡିନାଲ୍ ଏକ୍କା ଓ ରାମନାଗୁଡା ବିଡ଼ିଓ ବେଣୁଧର ଶବର, ଫାଣ୍ଡି ଅଧିକାରୀ କୃତିବାସ ହରିଚନ୍ଦନ ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ସ୍ଥିତି ଅନୁଧ୍ୟାନ କରିବା ସୀମାନ୍ତରେ ପ୍ରବାସୀଙ୍କ ଆଗମନକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

- Advertisement -

ସେହିପରି ପ୍ରତ୍ୟେକ ଦିନ ସମସ୍ତ ଅଧିକାରୀ ସୀମାନ୍ତ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ସହ ଲୋକଙ୍କୁ ମାସ୍କ ବହୁଳ ବ୍ୟବହାର ନେଇ ସଚେତନ କରୁଛନ୍ତି। ଦିନକୁ ଦିନ ଜିଲ୍ଲାରେ କୋଭିଡ଼ ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ ଆଜି ରାମନାଗୁଡାରୁ ୬ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୮ରେ ପହଞ୍ଚିଛି। ସେହିପରି ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସମାନ ଅନୁପାତରେ ସୁସ୍ଥ ସଂଖ୍ୟା ହେଉଥିବାରୁ ବାହାରୁ ଆସୁଥିବା ପ୍ରବାସୀ ମୁଣ୍ଡବିନ୍ଦାର କାରଣ ପାଲଟିଛନ୍ତି। ରାମନାଗୁଡାରେ ବଢ଼ିଚାଲିଥିବା କରୋନା ପ୍ରକୋପରେ ରାମନାଗୁଡା ବିଡ଼ିଓ ବେଣୁଧର ଶବର, ତହସିଲଦାର ଫଡ୍ରିନାଲ ଏକ୍କା, ଫାଣ୍ଡିଅଧିକାରୀ କୃତିବାସ ହରିଚନ୍ଦନ ସମସ୍ତ ଜନସାଧାରଣଙ୍କୁ କୋଭିଡ଼ କଟକଣା ମାନି ଚଳିବାକୁ ପରାର୍ମଶ ଦେଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories