www.samajalive.in
Monday, December 15, 2025
24.1 C
Bhubaneswar

ମା’ ରମାଦେବୀଙ୍କ ଦୂରଦୃଷ୍ଟିକୁ ଛାତ୍ରୀମାନେ ନିଜ ଶିକ୍ଷାରେ ପ୍ରତିଫଳିତ କରିବା ଉଚିତ୍

ଭୁବନେଶ୍ୱର: ପ୍ରତ୍ୟେକ ଛାତ୍ରୀଙ୍କ ଜୀବନରେ ସ୍ବପ୍ନ ଥାଏ ପୁରସ୍କୃତ ହେବାପାଇଁ, ଏହା କେବଳ ପିତାମାତା ବା ଶିକ୍ଷାନୁଷ୍ଠାନର ଗୌରବ ନୁହେଁ, ସମାଜର ସମ୍ବଳ ଅଟେ। ଏହା ଦ୍ବାରା ନାଗରିକ ସୃଷ୍ଟି କେବଳ ହେବେ ନୁହେଁ, ବରଂ ଜ୍ଞାନକୁ ପରବର୍ତ୍ତୀ ବଂଶଧରଙ୍କୁ ଏହାକୁ ପ୍ରଦାନ କରିବେ। ଏହା ଦ୍ବାରା ନିରନ୍ତର ବିକାଶ ସମ୍ଭବ ହେବ। ଶିକ୍ଷା ଦ୍ଵାରା ଜଣେ ଅନ୍ୟ ବିରୁଦ୍ଧରେ ପ୍ରତିବାଦ କରିବା ଶିଖିବ, ଯେପରି କୋରାପୁଟର ଜଣେ ଆଦିବାସୀ ଝିଅଟିଏ ନିଜ ଗାଁର ଜଙ୍ଗଲ ରକ୍ଷା କରିବା ପାଇଁ ଗାଁ ଲୋକଙ୍କୁ ଏକଜୁଟ କରିଥିଲେ। ଛାତ୍ରୀମାନେ ନିରାପଦ ଓ ସୁଖର ପରିସୀମାରେ ନ ରହି ଆଗକୁ ବଢିବା ପାଇଁ ସଙ୍ଘର୍ଷ କରନ୍ତୁ ବୋଲି ଅବିନଶଲିଙ୍ଗମ୍ ଗୃହ ବିଜ୍ଞାନ ଓ ମହିଳା ଉଚ୍ଚ ଶିକ୍ଷା ସଂସ୍ଥା ଡିମଡି ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଭି.ଭାରତୀ ହରିଶଙ୍କର ନିଜର ଦିକ୍ଷାନ୍ତ ଭାଷଣରେ ପ୍ରକାଶ କରିଥିଲେ।

ଆଜି ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବ ନୂତନ ପ୍ରେଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ତାମିଲନାଡୁସ୍ଥିତ ଅବିନଶଲିଙ୍ଗମ୍ ଗୃହ ବିଜ୍ଞାନ ଓ ମହିଳା ଉଚ୍ଚ ଶିକ୍ଷା ସଂସ୍ଥା ଡିମଡି ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଭି.ଭାରତୀ ହରିଶଙ୍କର ମୁଖ୍ୟବକ୍ତା ଭାବେ ଯୋଗଦେଇ ନିଜର ଦିକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ। ଦୁଇଟି ମହିଳା ଶିକ୍ଷାନୁଷ୍ଠାନ, ଗୋଟିଏ ଦାକ୍ଷିଣାତ୍ୟରେ ଓ ଅନ୍ୟଟି ପୂର୍ବ ଭାରତର ପରସ୍ପର ଭଉଣୀ ପରି କାରଣ ଉଭୟ ସ୍ଵାଧିନତା ସଂଗ୍ରାମୀଙ୍କ ନାମରେ ନାମିତ ଓ ଉଭୟ ନାରୀ ଶିକ୍ଷା ପାଇଁ ଉତ୍ସର୍ଗୀକୃତ। ଛାତ୍ରୀମାନେ ମା’ ରମାଦେବୀଙ୍କ ଦୂରଦୃଷ୍ଟି ନିଜ ଶିକ୍ଷାରେ ପ୍ରତିଫଳିତ କରିବା ଉଚିତ୍ ଏବଂ ମା’ ରମାଦେବୀଙ୍କ ଆଦର୍ଶରେ ଛାତ୍ରୀମାନେ ଅନୁପ୍ରାଣିତ ହେବାକୁ ସେ ଆହ୍ବାନ ଦେଇଥିଲେ।

- Advertisement -

ଏହି ଅବସରରେ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କ ଅଧ୍ୟକ୍ଷତାରେ  କରି ଏମବିଏ, ସାମାଜିକ ବିଜ୍ଞାନ, ରସାୟନ ବିଜ୍ଞାନରେ ସ୍ନାତକତ୍ତୋର ଖୋଲିଥିବା ସୂଚନା ଦେଇଥିଲେ।  କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତି  ପ୍ରଫେସର ସବିତା ଆଚାର୍ଯ୍ୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, ଏଫଏମ ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ମଧୁମିତା ଦାସ ରମାଦେବୀ ମହିଳା ବିଶ୍ଵବିଦୟାଳୟର କୁଳସଚିବ ଶ୍ୟାମଳୀ ମହାପାତ୍ର, ପ୍ରଫେସର୍ ଚଣ୍ଡିଚରଣ ରଥ, ଦୁର୍ଗାଶଙ୍କର ଷଡ଼ଙ୍ଗୀ, ରାମାନୁଜ ନାରାୟଣ, ବିଜୟ ମିଶ୍ର, ରୋସନାରା ବେଗମ, ପ୍ରଫେସର୍ ସସ୍ମିତା ମହାନ୍ତି, ମଧୁସ୍ମିତା ପତି ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ୧୭ଟି ପିଏଚଡି ଡ଼ିଗ୍ରୀ ଏବଂ ୪୮ ଜଣଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ ସହ ୭ଜଣଙ୍କୁ ବିଭିନ୍ନ ବିଭାଗରେ ଶ୍ରେଷ୍ଠ ଗ୍ରାଜୁଏଟ୍ ଭାବରେ ପୁରସ୍କୃତ କରାଯାଇଥିଲା।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories