www.samajalive.in
Monday, December 15, 2025
24.1 C
Bhubaneswar

ରାମାରାଓଙ୍କ ଜୀବନୀ ଚଳଚ୍ଚିତ୍ର ; ବାପ ଚରିତ୍ରରେ ଅଭିନୟ କରୁଛନ୍ତି ପୁଅ

ହାଇଦରାବାଦ : ଆନ୍ଧ୍ରପ୍ରଦେଶର ଦିବଂଗତ ଲୋକପ୍ରିୟ ଅଭିନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ଟି ରାମାରାଓ (ଏନ୍‌ଟିଆର)ଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ଏନ୍‌ଟିଆର: କଥନାୟାକୁଡ଼ୁ’ ନିର୍ମାଣ ଚାଲିଛି। ଏଥିରେ ଏନ୍‌ଟିଆରଙ୍କ ଭୂମିକାରେ ତାଙ୍କ ପୁଅ ତଥା ପ୍ରଖ୍ୟାତ ତେଲୁଗୁ ଅଭିନେତା ନନ୍ଦମୁରୀ ବାଲକୃଷ୍ଣ ଅଭିନୟ କରୁଛନ୍ତି। ଏହି ଚଳଚ୍ଚିତ୍ରରେ ଏନ୍‌ଟିଆରଙ୍କ ପତ୍ନୀ ବାସବତାରକମ୍‌ଙ୍କ ଭୂମିକା ନିଭାଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲାନ୍‌। ବିଦ୍ୟା ଏହି ଚଳଚ୍ଚିତ୍ର ମାଧ୍ୟମରେ ତେଲୁଗୁ ସିନେମା ଜଗତରେ ପାଦ ଥାପୁଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପ୍ରସିଦ୍ଧ ଅଭିନେତା ରାଣା ଡାଗୁବତୀ ଏଥିରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତଥା ଏନ୍‌ଟିଆରଙ୍କ ଜ୍ବାଇଁ ଏନ୍‌. ଚନ୍ଦ୍ରବାବୁ ନାଇଡୁଙ୍କ ଚରିତ୍ରରେ ଅଭିନୟ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଭିନେତ୍ରୀ ଶ୍ରୀଦେବୀଙ୍କ ଭୂମିକାରେ ରକୁଲ ପ୍ରୀତ୍‌ ସିଂହ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଭାସ୍କର ରାଓଙ୍କ ଭୂମିକାରେ ସଚିନ ଖେଦେକର ଅଭିନୟ କରିଛନ୍ତି। ଚଳଚ୍ଚିତ୍ରର ଟ୍ରେଲର ସମ୍ପ୍ରତି ମୁକ୍ତିଲାଭ କରିଛି। ଗୋଟିଏ ଦିନରେ ୪୫ଲକ୍ଷ ଦର୍ଶକ ଏହି ଟ୍ରେଲର ଦେଖିଥିବା ଜଣାପଡ଼ିଛି। ଏହି ଚଳଚ୍ଚିତ୍ର ଦୁଇ ଭାଗରେ ନିର୍ମାଣ କରାଯାଉଛି। ‘ଏନ୍‌ଟିଆର: ମହାନାୟକୁଡ଼ୁ’ ଶୀର୍ଷକରେ ଏହାର ଦ୍ବିତୀୟ ଭାଗ ପ୍ରସ୍ତୁତି କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ଆସନ୍ତା ଜାନୁଆରୀ ୯ରେ ଚଳଚ୍ଚିତ୍ରର ପ୍ରଥମ ଭାଗ ମୁକ୍ତିଲାଭ କରିବାକୁ ଅଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories