www.samajalive.in
Sunday, December 7, 2025
26.1 C
Bhubaneswar

ଆଜିର ମୋବାଇଲ ଯୁଗରେ ହସିବା ଭୁଲି ଗଲେଣି ଲୋକେ : ରାଜୁ ଶ୍ରୀବାସ୍ତବ

ମୁମ୍ବଇ : ବର୍ତ୍ତମାନର ସମୟରେ ଲୋକେ ହସିବା ଭୁଲି ଗଲେଣି ବୋଲି କହିଛନ୍ତି ବଲିଉଡର ଜଣାଶୁଣା ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ। ସେ କହିଛନ୍ତି ଆଜିର ମୋବାଇଲ ଯୁଗରେ ଲୋକମାନେ ମୋବାଇଲ ସହିତ ଏତେ ବ୍ୟସ୍ତ ରହୁଛନ୍ତି ଯେ ପରିବାର ସହିତ ହସିବା ପାଇଁ ତାଙ୍କ ପାଖରେ ସମୟ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଆମ ସମାଜରେ ଘରେ ବୋହୁ ହସିଲେ ଶାଶୁର ଗାଳି ଶୁଣିବାକୁ ପଡେ। ରାଜୁ କହିଛନ୍ତି ଆଗକାଳରେ ପରିବାରରେ ଶାଶୁଙ୍କୁ ନ ପଚାରି ବୋହୁ କୌଣସି କାଯ୍ୟ କରୁନଥିଲେ। ମାତ୍ର ଆଜିର ଆଧୁନିକ ଯୁଗରେ ମଧ୍ୟ ଶାଶୁକୁ ପଚାରି ବୋହୁକୁ ସବୁକାମ କରିବାକୁ ପଡୁଛି। ଏପରିକି ଏକ ପରିବାରରେ ବୋହୁ ହସିବା ପାଇଁ ମଧ୍ୟ ଶାଶୁର ନିର୍ଦେଶ ଲୋଡା ପଡୁଛି। ସେ କହିଛନ୍ତି ଆଜି ମଧ୍ୟ କିଛି ଜାଗା ଏପରି ଅଛି ଯଦି ବୋହୁ ଜୋରରେ ହସୁଥାଏ ତେବେ ଶାଶୁ ତାକୁ ଗାଳି କରି କହୁଛି ତୋତେ ଲାଜ ଲାଗୁନି ତୁ ଏତେ ଜୋରରେ ହସୁଛୁ। ତୋ ଶଶୁର ଘରେ ଅଛନ୍ତି ତୁ କଣ ଜାଣିପାରୁନୁ । ମଙ୍ଗଳବାର ଆଜତକର ମୁମ୍ବଇ ମଥଂନ ୨୦୧୮ରେ କୁହାଯାଇଥିବା ସେନ୍ସ ଅଫ୍‍ ହ୍ୟୁମରରେ ରାଜୁ ଶ୍ରୀବାସ୍ତବ ଏହିଭଳି କହିଛନ୍ତି। ଏହି ଅବସରରେ ବଲିଉଡର ଜଣାଣୁଣା ଅଭିନେତା ତଥା ହାସ୍ୟ କଳାକାର ଶେଖର ସୁମନ ମଧ୍ୟ ଉପସ୍ଥି୍ତ ଥିଲେ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories