ସିଆଚିନରେ ପ୍ରତିରକ୍ଷା ମନ୍ତ୍ରୀ: ଯବାନଙ୍କୁ ଭେଟି କଲେ ଆଲୋଚନା
ନୂଆଦିଲ୍ଲୀ: ସୋମବାର ସିଆଚିନ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଦିଲ୍ଲୀରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଲଦାଖରେ ପହଂଚିବା ପରେ ସିଆଚିନ ଗ୍ଲେସିୟରକୁ ଯାଇ ସୀମା ସଶସ୍ତ୍ର ବଳର ଯବାନମାନଙ୍କୁ ଭେଟିବା ସହ ଆଲୋଚନା କରିଛନ୍ତି। ବିଯୁକ୍ତ ତାପମାତ୍ରାରେ ନିୟୋଜିତ ହୋଇ ଦେଶବାସୀଙ୍କ ସେବା କରୁଥିôବା ଯବାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ ରାଜନାଥ। ଏହି ଅବସରରେ ଯବାନମାନଙ୍କୁ ସମ୍ବୋଧନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। ଗତ ୫ବର୍ଷ ତଳେ ତାଙ୍କୁ ପ୍ରତିରକ୍ଷା ବିଭାଗର ଦାୟିତ୍ୱ ମିଳିବା ପରେ ସେ ଏହାକୁ ସୁଚାରୂ ଭାବେ ତୁଲାଇବାକୁ ପ୍ରୟାସ କରିଥିଲେ। ହୋଲି ଅବସରରେ ସିଆଚିନରେ ପାଗ ଖରାପ ଥିବାରୁ ଯବାନମାନଙ୍କ ଗହଣରେ ସେଲିବ୍ରେଟ କରିପାରିନଥିବାରୁ ଦୁଃଖ ପ୍ରକାଶ କରିଥିଲେ। ଦୀପାବଳୀ ପାଳନ ବେଳେ ପ୍ରଥମ ଦୀପ ଏବଂ ହୋଲିରେ ପ୍ରଥମ ରଙ୍ଗ ଯବାନଙ୍କ ନାମରେ ହେବା ଉଚିତ ବୋଲି କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଛନ୍ତି।
Comments are closed.