www.samajalive.in
Friday, December 5, 2025
27.1 C
Bhubaneswar

କାର ଚକାରେ କାହିଁକି ଦିଆଯାଏ ନାଇଟ୍ରୋଜେନ୍ ଗ୍ୟାସ୍? କଣ ମିଳେ ଫାଇଦା….

ନୂଆଦିଲ୍ଲୀ: ଏପ୍ରିଲ ମାସ ଶେଷ ହେବାକୁ ଯାଉଛି। ଗ୍ରୀଷ୍ମର ପ୍ରକୋପ ଏତେ ଅଧିକ ରହିଛି ଯେ ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଛି। ଦିନରେ ତାପମାତ୍ରା ପ୍ରାୟ ୩୫ରୁ ୪୦ଡିଗ୍ରୀ ଉପରେ ରହୁଛି। ଯାହା ଏକ ସାଧାରଣ ମନୁଷ୍ୟ ସହିବା ଲାଗି କଷ୍ଟସାଧ୍ୟ ହୋଇପଡିଛି। ଥରେ ଚିନ୍ତା କରନ୍ତୁ ଯଦି ଗରମ ଦିନରେ ମଣିଷର ଅବସ୍ଥା ଏପରି ସାଂଘାତିକ ହେଉଛି , ତେବେ କାର୍ ଏବଂ ବାଇକ୍ ଭଳି ଯାନବାହନ ଗୁଡିକର ଅବସ୍ଥା କଣ ହେଉଥିବ। ସାଧରଣତଃ ଖରାଦିନେ ବିଶେ​‌ଷ କରି କାର ଗୁଡିକରେ ଯତ୍ନ ନେବା ନିହାତି ଆବଶ୍ୟକ। କାରଣ ଏଥିରେ ଇଞ୍ଜିନ୍ ରହିଛି। ବହୁତ ସମୟ ଧରି ଯଦି କାରକୁ ବନ୍ଦ କରି ରଖାଯାଏ,  ତେବେ ତାହା ଗରମ ହୋଇଯାଏ। ଗରମ ଦିନରେ କାରର ଟାୟାର ମଧ୍ୟ ଫାଟି ଯିବାର ଆଶଙ୍କା ଅଧିକ ରହିଥାଏ। ତେବେ ଏହା କେବଳ ନିର୍ଭର କରେ ଆପଣ କାରରେ କେଉଁ ବାୟୁ ଭର୍ତ୍ତି କରୁଛନ୍ତି। ଆପଣ ନାଇଟ୍ରୋଜେନ୍ ବାୟୁ ଭର୍ତ୍ତି କରୁଛନ୍ତି ନା ସାଧାରଣ ବାୟୁ। କୁହାଯାଏ କାର ହେଉ କିମ୍ବା ବାଇକ୍ , ଏହାର ଟାୟାରକୁ ନାଇଟ୍ରୋଜେନ୍ ଗ୍ୟାସରେ ଭରିବା ଲାଭଦାୟକ ଅଟେ । ତେବେ ଆସନ୍ତୁ ଜାଣିବା ନାଇଟ୍ରୋଜେନ୍ ଗ୍ୟାସ୍ ଭର୍ତ୍ତି କଲେ କଣ ଫାଇଦା ମିଳେ। କାର ଚକାରେ ନାଇଟ୍ରୋଜେନ୍ ଗ୍ୟାସ୍ ଭର୍ତ୍ତି କରିବା ଦ୍ଵାରା ଏହା ଦୀର୍ଘ ଦିନ ପର୍ଯ୍ୟନ୍ତ ଚାଲେ, ମାଇଲେଜ୍ ଭଲ ଦିଏ ଏବଂ ଉତ୍ତମ ନିୟନ୍ତ୍ରଣରେ ମଧ୍ୟ ସାହାର୍ଯ୍ୟ କରେ।  ସାଧାରଣ ଗ୍ୟାସ୍ ନାଇଟ୍ରୋଜେନ ଅପେକ୍ଷା କମ୍ ଚାଲେ।  ଟାୟାର ନଷ୍ଟ ହେବାର ଚିନ୍ତା ମଧ୍ୟ ରହିଛି। ଟାୟାର ଚାପ ଉପରେ ମଧ୍ୟ ଏହାର ପ୍ରଭାବ ପଡିପାରେ । ଏବଂ ଏହା ଟାୟାରରେ ଲାଗିଥିବା ରିମ୍  ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories