www.samajalive.in
Monday, December 15, 2025
14.1 C
Bhubaneswar

ଟ୍ରେନ୍‌ରେ ନିଆଁ ଲିଭାଉଥିଲେ ଆରପିଏଫ ଯବାନ, ବିସ୍ଫୋରଣରେ ଚାଲିଗଲା ଜୀବନ

ମୁଜାଫରପୁର: ବିହାରର ମୁଜାଫରପୁର ରେଳ ଷ୍ଟେସନରେ ଭଲସାଡ୍ ଏକ୍ସପ୍ରେସର ଏକ ବଗିରେ ବିସ୍ଫୋରଣ ଘଟି ଜଣେ ଆରପିଏଫ ଯବାନଙ୍କ ମୃତ୍ୟୁ ଘଟିଛି। ବଗିରେ ସର୍ଟ ସର୍କିଟ୍‌‌ ଯୋଗୁ ନିଆଁ ଲାଗି ଯାଇଥିଲା। ଆରପିଏଫ୍‌‌ ଟିମ୍‌‌ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ କନଷ୍ଟେବଳ ବିନୋଦ କୁମାର ଛୋଟା ଅଗ୍ନି ନିର୍ବାପକ ସିଲିଣ୍ଡର ଧରି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଥିଲେ। ଏତିକି ବେଳେ ଅଗ୍ନି ନିର୍ବାପକ ସିଲିଣ୍ଡରରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ବିନୋଦ କୁମାରଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ରେଳ ଅଧିକାରୀ ବିନୋଦ କୁମାରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ କନଷ୍ଟେବଳଙ୍କ ଘର ବିହାରର ଆରା ଅଞ୍ଚଳରେ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଭଲ୍‌ସାଡ୍ ଏକ୍ସପ୍ରେସ ସୋମବାର ସକାଳ ସାଢେ ୬ଟା ସମୟରେ ମୁଜାଫରପୁର ରେଳ ଷ୍ଟେସନରେ ପହଞ୍ଚିଥିଲା। କିଛି ସମୟ ପରେ ଟ୍ରେନ୍‌ର ଏସ୍‌-୮ ବଗିର ଶୌଚାଳୟରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ରେଳବାଇ ଓ ଆରପିଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ। ଆରପିଏଫ୍‌ ଯବାନ ବିନୋଦ କୁମାର ମଧ୍ୟ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିଲେ। ସେ ଅଗ୍ନି ନିର୍ବାପକ ସିଲିଣ୍ଡରରେ ନିଆଁ ଲିଭାଉଥିଲେ। ଗୋଟିଏ ସିଲିଣ୍ଡର ସରି ଯାଇଥିଲେ ମଧ୍ୟ ନିଆଁ ଆୟତ୍ତ ହୋଇ ନଥିଲା। ଏହାପରେ ନିଆଁ ଲିଭାଇବାକୁ ସେ ଆଉ ଏକ ଅଗ୍ନି ନିର୍ବାପକ ସିଲିଣ୍ଡର ଆଣିଥିଲେ। ସିଲିଣ୍ଡରର ଲକ୍‌ ଖୋଲିବା ମାତ୍ରେ ସେଥିରେ ବିସ୍ଫୋରଣ ହୋଇଥିଲା। ଫଳରେ ଘଟଣାସ୍ଥଳରେ ବିନୋଦ କୁମାରଙ୍କ ମୃତ୍ୟୁ ଘଟିଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories