www.samajalive.in
Tuesday, December 9, 2025
15.1 C
Bhubaneswar

ରାଜୀବ କୁମାରଙ୍କ ବଦଳି ; ଅନୁଜ ଶର୍ମା ନୂଆ କମିଶନର

କଲକାତା : ସାରଦା ଚିଟ୍‌ଫଣ୍ଡ ମାମଲାରେ ବିବାଦୀୟ ହୋଇପଡିଥିବା କଲକାତା ପୁଲିସ କମିଶନର ରାଜୀବ କୁମାରଙ୍କୁ ସିବିଆଇ ଅଧିକାରୀ ମେଘାଳୟରେ ଜେରା କରିବା ପରେ ମଙ୍ଗଳବାର ତାଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି। ରାଜୀବଙ୍କ ସ୍ଥାନରେ ଅନୁଜ ଶର୍ମାଙ୍କୁ ନୂତନ ପୁଲିସ କମିଶନର ଭାବେ ଅବସ୍ଥାପିତ କରାଯାଇଛି। ରାଜୀବଙ୍କୁ ଏଡିଜି ଓ ଅପରାଧ ଅନୁସନ୍ଧାନ ବିଭାଗ (ସିଆଇଡି)ର ଆଇଜିପି ରୂପେ ବଦଳି କରାଯାଇଛି। ୧୯୮୯ ବ୍ୟାଚ୍‌ ଆଇପିଏସ ଅଫିସର ରାଜୀବ କୁମାର ସାରଦା ଚିଟ୍‌ଫଣ୍ଡ ମାମଲାରେ ତଥ୍ୟପ୍ରମାଣକୁ ନଷ୍ଟ କରିବା ତଥା ଏପଟସେପଟ
କରିଥିବା ସିବିଆଇ ଅଭିଯୋଗ କରିଛି। ଏହି ଘଟଣାରେ ବାରମ୍ବାର ସିବିଆଇ ପକ୍ଷରୁ ରାଜୀବ କୁମାରଙ୍କୁ ସମନ ଜାରି ସତ୍ତ୍ବେ ସେ ତଦନ୍ତ ସଂସ୍ଥା ନିକଟରେ ହାଜର ନହେବାରୁ ଜେରା ଲାଗି ସିବିଆଇ ଖୋଦ୍ ରାଜୀବଙ୍କ କଲକାତାସ୍ଥିତ ସରକାରୀ କ୍ବାଟର୍ସରେ ପହଞ୍ଚିବା ପରେ ଏହାକୁ ବିରୋଧ କରି ପାଲଟା ସିବିଆଇ ଅଧିକାରୀଙ୍କୁ ଅଟକ ରଖିଥିଲା କଲକାତା ପୁଲିସ। ରାଜୀବ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧାସଳଖ ସମର୍ଥନ କରିବା ସହ କେନ୍ଦ୍ର ସରକାରଙ୍କ ବିରୋଧରେ ଗଣତନ୍ତ୍ର ବଞ୍ଚାଇବା ସ୍ଲୋଗାନ ଦେଇ ଧାରଣା ମଧ୍ୟ ଦେଇଥିଲେ। ଫଳରେ ସିବିଆଇ ସୁପ୍ରିମକୋର୍ଟରେ ଆବେଦନ କରିବା ପରେ ରାଜୀବ କୁମାରଙ୍କୁ ମେଘାଳୟରେ ସିବିଆଇ ତିନିଦିନ ଧରି ଜେରା କରି ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟପ୍ରମାଣ ହାସଲ କରିଥିବା କୁହାଯାଉଛି। ଆଗକୁ ସାରଦା ଚିଟ୍‌ଫଣ୍ଡ ମାମଲାରେ ରାଜୀବଙ୍କ ସମସ୍ୟା ଅଧିକ ବଢିବାକୁ ଥିବାରୁ ତାଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଲିସ କମିଶନ ପଦରୁ ବଦଳି କରାଇଥିବା ଜଣାପଡିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories