ରାଜୀବଙ୍କ ସନ୍ଧାନରେ କଲକାତା ଆସିଲା ସ୍ବତନ୍ତ୍ର ସିବିଆଇ ଦଳ

0

କଲକାତା : ସିଆଇଡ଼ିର ଡିଆଇଜି ରାଜୀବ କୁମାରଙ୍କ ସନ୍ଧାନ ନିମିତ୍ତ ସିବିଆଇର ଏକ ବିଶେଷ ଦଳ କଲକାତା ଆସିବ ବୋଲି କୁହାଯାଇଛି। ଦିଲ୍ଲୀ ଓ ଉତ୍ତରପ୍ରଦେଶର ସିବିଆଇ ଅଫିସରମାନେ କଲକାତା ଆସି ରାଜୀବ କୁମାରଙ୍କ ସନ୍ଧାନ ତଦନ୍ତରେ ଯୋଗ ଦେବେ। ସିବିଆଇ ସୂତ୍ରରୁ ଜଣାପଡ଼ିଛି ଯେ ବୁଧବାର କଲକାତାକୁ ସିବିଆଇର ବିଶେଷ ଦଳ ଆସି ପହଞ୍ଚଛି। ଯେଉଁଥିରେ ଦିଲ୍ଲୀ ଓ ଉତ୍ତରପ୍ରଦେଶର ୧୪ଜଣ ସିବିଆଇ ଅଫିସର କଲକାତା ସିବିଆଇ ଦଳରେ ଯୋଗ ଦେଇଛନ୍ତି। ଏହି ଦଳରେ ଏସ୍‌ପି ପଦମର୍ଯ୍ୟାଦାର ଦୁଇ ଅଧିକାରୀଙ୍କ ସହ ଏଏସ୍‌ପି ଓ ଡିଏସ୍‌ପି ପଦମର୍ଯ୍ୟାଦା ଅଧିକାରୀମାନେ ମଧ୍ୟ ଅଛନ୍ତି। ଅପରାହ୍ଣରେ ସିବିଆଇର ଜଏଣ୍ଟ ଡାଇରେକ୍ଟର ପଙ୍କଜ ଶ୍ରୀବାସ୍ତବ ଇତି ମଧ୍ୟରେ ପହଞ୍ଚି ରାଜୀବ କୁମାରଙ୍କ ସନ୍ଧାନ ସମ୍ପର୍କରେ ଖବର ନେଇଥିଲେ।
ଅନ୍ୟପକ୍ଷରେ ଡିଜିଙ୍କୁ ଲେଖିଥିବା ଚିଠିର ଉତ୍ତର ସିବିଆଇ ପାଇଛି ବୋଲି ଜଣାପଡ଼ିଛି। ଚିଠିରେ ଉଲ୍ଲେଖ ହୋଇଛି ଯେ ଛୁଟିରେ ଥିବା ସମୟରେ ପ୍ରାକ୍ତନ ନଗରପାଳ ରାଜୀବ କୁମାର ପାର୍କଷ୍ଟ୍ରୀଟ୍‌ରେ ରହିବେ, କିନ୍ତୁ ବର୍ତ୍ତମାନ ସେଥିରେ ପରିବର୍ତ୍ତନ ଦେଖାଦେବା କାରଣରୁ ସିବିଆଇ ଅଧିକାରୀମାନେ ଖୋଜଖବର ନେବା ଆରମ୍ଭ କରିଛନ୍ତି। ସେହିପରି ବାରାସାତ ଜିଲା ଅଦାଲତ ପକ୍ଷରୁ ଆଗୁଆ ପରାମର୍ଶ ଦିଆଯାଇଛି ଯେ ରାଜୀବଙ୍କ ଆଗୁଆ ଜାମିନ ଆବେଦନ ନିମିତ୍ତ ଆଲିପୁର ଅଦାଲତ ହେଉଛି ଉପଯୁକ୍ତ ସ୍ଥାନ। ସେହିପରି ସିବିଆଇର ଆବେଦନ ପରିପ୍ରେକ୍ଷୀରେ ବାରସାତ ବିଶେଷ ଅଦାଲତ ଜଣାଇଛନ୍ତି ଯେ ରାଜୀବଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିବା କ୍ଷମତା ତାଙ୍କର ନାହିଁ। ଏଭଳି ପରିସ୍ଥିତି ସୃଷ୍ଟି ହେବାଦ୍ବାରା ସିବିଆଇର ଯୁଗ୍ମ ମୁଖ୍ୟ ଅଧିକାରୀ ପଙ୍କଜ ଶ୍ରୀବାସ୍ତବ ବିଭିନ୍ନ ପର୍ଯ୍ୟାୟରେ ଅନ୍ୟ ଅଧିକାରୀଙ୍କ ସହ ବୈଠକ କରୁଥିବା ଦେଖାଯାଇଛି। ଏପରିକି ରାଜୀବଙ୍କ ସନ୍ଧାନ ଯେପରି ତୁରନ୍ତ ମିଳିପାରେ ସେଥିପାଇଁ ସିବିଆଇ ଅଧିକାରୀମାନେ ଅନ୍ୟ ଏଜେନ୍ସିର ତଥ୍ୟ ପ୍ରଯୁକ୍ତି ବିଶେଷଜ୍ଞଙ୍କ ସାହାଯ୍ୟ ନେଇଥିବା ଜଣାପଡ଼ିଛି।

kalyan agarbati
Leave A Reply