www.samajalive.in
Monday, December 15, 2025
27.1 C
Bhubaneswar

ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ

ସମାଜ ଡିଜିଟାଲ ଡେସ୍କ: ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ହୋଇଛି । ୬୯ବର୍ଷେ ବୟସରେ ଚେନ୍ନାଇରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଦେହାନ୍ତ ହୋଇଥିବା ସୂଚନା ମିଳିଛି । ହୃଦଘାତର ଶିକାର ହୋଇ ଚେନ୍ନାଇରେ ଚିକିତ୍ସିତ ହେଉଥିଲେ । ତେବେ ବର୍ତ୍ତମାନ ତାଙ୍କ ପାର୍ଥୀବ ଶରୀରକୁ ଚେନ୍ନାଇରୁ ଓଡ଼ିଶାକୁ ଅଣାଯାଉଛି । ନୂଆପଡା ଆସନରୁ ୪ଥର ବିଧାୟକ ହୋଇଥିଲେ ରାଜେନ୍ଦ୍ର ଢୋଲକିଆ । ରାଜେନ୍ଦ୍ର ଢୋଲକିଆଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

୧୯୫୬ ମସିହା ୨୦ ନଭେମ୍ବରରେ ଖରିଆରରେ ଜନ୍ମଗ୍ରହଣ କରିଥିଲେ ରାଜେନ୍ଦ୍ର ଢୋଲକିଆ । ପିଲାଟି ଦିନରକୁ ଲୋକଙ୍କ ହିତ ପାଇଁ କାମ କରିବାକୁ ବେଶ ରୁଚି ରଖୁଥିଲେ । ଅଭିବକ୍ତ କଳାହାଣ୍ଡି ଜିଲାରୁ ୧୯୯୩ମସିହାରେ ନୂଆ କରି ଜିଲା ହୋଇଥିଲା ନୂଆପଡା । ନୂଆପଡାକୁ ତାର ହକ୍‍ ଦେବା ପାଇଁ ଯେତେବେଳେ ଲଢେଇ ହେଉଥାଏ ଠିକ୍‍ ସେତିକି ବେଳେ ରାଜୁ ଭାଇ ଭାବେ ପରିଚିତ ଥିବା ରାଜେନ୍ଦ୍ର ଢୋଲକିଆ ଜିଲାବାସୀଙ୍କ ସେବା କରିବାକୁ ଆଗେଇ ଆସିଥିଲେ । ଲୋକଙ୍କ ସେବା ପାଇଁ ନିଜକୁ ନିୟୋଜିତ କରି ଦେଇଥିବା ରାଜେନ୍ଦ୍ର ଢୋଲକିଆ ନୂଆପଡା ଚେୟାରମ୍ୟାନ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଅନେକ ବିକାଶମୂଳକ କାର୍ଯ୍ୟ କରିଥିଲେ । କିଛି ବର୍ଷରେ ହିଁ ନୂଆପଡାର ରୂପରେଖ ବଦଳାଇଥିଲେ ସେ । ବିକାଶ ମୂଳକ କାର୍ଯ୍ୟ କରିଥିବାରୁ ୨୦୦୪ରେ ସ୍ୱାଧୀନରେ ପ୍ରାର୍ଥୀ ହୋଇ ପ୍ରଥମ କରି ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଆଉ ତା’ପରେ ରାଜୁ ଭାଇ ପଛକୁ ଫେରି ଚାହିଁନାହାଁନ୍ତି ।

- Advertisement -

୨୦୦୯ଓ ୨୦୧୯ ଦୁଇ ଦୁଇ ଥର ନବୀନ ପଟ୍ଟନାୟକଙ୍କ ସମର୍ଥନରେ ବିଜେଡିରୁ ନିର୍ବାଚିତ ହୋଇ ବିଧାୟକ ହୋଇଥିଲେ । ନିଜର କାର୍ଯ୍ୟକାଳରେ ସେ ଏହି ନିର୍ବାଚନମଣ୍ଡଳୀ ପାଇଁ ଯାହା କରିଛନ୍ତି ତାହାକୁ କେହି କେବେ ଭୁଲିବେ ନାହିଁ । ଗାଁରେ ପକ୍କା ରାସ୍ତା, ନଦୀରେ ବ୍ରିଜ୍‍ ନିର୍ମାଣ ଯୋଗୁ ଲୋକମାନେ ଯାତାୟତାରେ ଉପକୃତ ହେଉଛନ୍ତି । ନୂଆପଡା ଭଳି ଜିଲାରେ ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ବିକାଶ କରିଥିଲେ ରାଜେନ୍ଦ୍ର ଢୋଲକିଆ । ଏହାସହ ବିଧାୟକ ପ୍ରତିବର୍ଷ ଗରିବ ପରିବାରର ପିଲାମାନଙ୍କୁ ସାମୁହିକ ବିବାହର ଆୟୋଜନ କରି ଅନେକ କ୍ଷ୍ୟାତି ଅର୍ଜନ କରିଥିଲେ ।

ନିଜ ନିର୍ବାଚନମଣ୍ଡଳିରେ ବିକାଶର ଧାରା ବଜାୟ ରଖିବା ପରେ ନବୀନ ରାଜେନ୍ଦ୍ରଙ୍କୁ ନୂଆପଡା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ଦେଇଥିଲେ ଏବଂ ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ତାଙ୍କୁ ସ୍ଥାନ ଦେଇଥିଲେ । ନବୀନଙ୍କ ମନ୍ତ୍ରିମଣ୍ଡଳରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ଭାବେ ସେ ଦାୟିତ୍ୱ ତୁଲାଇଥିଲେ । ୨୦୨୪ ନିର୍ବାଚନରେ ନୂଆପଡା ଆସନରେ ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝୀଙ୍କ ସହ କଡା ଟକ୍କର ସତ୍ୱେ ବିଜୟୀ ହୋଇଥିଲେ ରାଜେନ୍ଦ୍ର ଢୋଲକିଆ । ଘାସିରାମଙ୍କୁ ସେ ୧୦ହଜାର ୮୮୧ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ ।

Hot this week

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

Related Articles

Popular Categories