www.samajalive.in
Monday, December 15, 2025
26.1 C
Bhubaneswar

ଦିଲ୍ଲୀରେ ବିଜେପି ସାଂସଦଙ୍କ ବୈଠକ ; ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଦିଲ୍ଲୀରେ ବିଜେପି ସାଂସଦଙ୍କ ବୈଠକ ସୋମବାର ଅନୁଷ୍ଠିତ ହେଉଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି। ଦିଲ୍ଲୀରେ ପ୍ରତାପ ଷଡଙ୍ଗୀଙ୍କ ବାସଭବନରେ ବିଜେପି ସାଂସଦଙ୍କ ବୈଠକ ହେଉଛି । ଏହି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ମଧ୍ୟ ଉପସ୍ଥିତ ଅଛନ୍ତି । ଏହାସହ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଯୋଗ ଦେଇଛନ୍ତି । ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ ବୈଠକ କରାଯାଉଥିବା ନେଇ ସୂଚନା ମିଳିଛି ।
ସେପ୍ଟେମ୍ବର ୯ତାରିଖରେ ହେବ ଉପରାଷ୍ଟ୍ରପତି ନିର୍ବାଚନ ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୯ତାରିଖ ଦିନ ସକାଳ ୧୦ଟାରୁ ସନ୍ଧ୍ୟା ୫ଟାରୁ ଭୋଟ୍‍ ଗ୍ରହଣ କରାଯିବ। ଉପରାଷ୍ଟ୍ରପତି ପଦରୁ ଜଗଦୀପ୍‍ ଧନଖଡ ଇସ୍ତଫା ଦେବା ପରେ ଏହି ପଦବୀ ଖାଲି ପଡିଛି। ଜଗଦୀପ ଧନକଡ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଜୁଲାଇ ୨୧ରେ ଉପରାଷ୍ଟ୍ରପତି ପଦରୁ ହଠାତ୍‌ ଇସ୍ତଫା ଦେଇଛନ୍ତି। ଧନକଡଙ୍କ କାର୍ଯ୍ୟକାଳ ୨୦୨୭ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଥିଲା। ସମ୍ବିଧାନର ଧାରା ୬୮ (ଉପଧାରା ୨) ଅନୁଯାୟୀ ଯଦି ପଦାଧିକାରୀଙ୍କ ମୃତ୍ୟୁ, ଇସ୍ତଫା, ବହିଷ୍କାର କିମ୍ବା ଅନ୍ୟ କାରଣରୁ ଉପରାଷ୍ଟ୍ରପତି ପଦ ଖାଲିପଡେ, ତେବେ ଅବିଳମ୍ବେ ଏଥିପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ନବ ନିର୍ବାଚିତ ଉପରାଷ୍ଟ୍ରପତି ଦାୟିତ୍ବ ଗ୍ରହଣ କରିବା ପରଠାରୁ ପୂରା ପାଞ୍ଚବର୍ଷ କାର୍ଯ୍ୟ କରିବାର ବ୍ୟବସ୍ଥା ରହିଛି।

୧୫ ସେପ୍ଟେମ୍ବର ପରେ ଏହି ୪ ରାଶିଙ୍କ ପାଇଁ ଆସୁଛି ବଡ ଖୁସି ; ଶୁକ୍ର ଚଳନ ପରେ ହେବେ ହଠାତ୍‌ ଧନୀ, ମିଳିବ ସଫଳତା..

- Advertisement -

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories