ଉତ୍ତରପ୍ରଦେଶ: ଟ୍ରେନରେ କଟି ୪ ଯୁବକ ମୃତ
ଇଟାୱା : ଉତ୍ତରପ୍ରଦେଶ ଇଟାୱା ଜିଲାର ବାଲରାଇ ରେଳ ଷ୍ଟେସନରେ ସୋମବାର ଟ୍ରେନରେ କଟି ୪ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ରେଳ ଷ୍ଟେସନଟି କାନ୍ଦବୋବାଳିରେ ଫାଟି ପଡିଥିଲା। ଲୋକେ ଏଣେତେଣେ ଦୌଡୁଥିବାର ଦେଖିବାକୁ ମିଳିଥିଲା। ଖବର ପାଇ ରେଲ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।
ସୂଚନା ଅନୁସାରେ ୪ ଜଣ ଯାକଁ ଟ୍ରେନ୍ ଯୋଗେ କାନପୁରରୁ ସୁରାଟ ଯାଉଥିଲେ। ସାଧାରଣ ବଗି ଟିକେଟ ନେଇ ସେମାନେ ଦ୍ୱିତୀୟ ଶ୍ରେଣୀ ବଗିରେ ଯାତ୍ରା କରୁଥିଲେ। ବାଟରେ ଟିଟିଇ ସେମାନଙ୍କୁ ୫୦୦ ଟଙ୍କା ଜରିମାନା ମାଗିଥିଲା। ଫଳରେ ବାଲରାଇ ରେଳ ଷ୍ଟେସନ ନିକଟରେ ସେମାନେ ପ୍ଲାଟଫର୍ମର ନଓହ୍ଲାଇ ଅନ୍ୟପଟ ରେଳ ଧାରଣରେ ଓହ୍ଲାଇ ପଡ଼ିଥିଲେ। ତେବେ ସେହି ଧାରଣାରେ ଆସୁଥିବା ରାଜଧାନୀ ଏକ୍ସପ୍ରେସ୍ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତ ଯୁବକଙ୍କ ବୟସ ୨୦ରୁ ୨୨ ବର୍ଷ ମଧ୍ୟରେ ହେବ ବୋଲି କୁହାଯାଉଛି।
Comments are closed.