www.samajalive.in
Sunday, December 7, 2025
14.1 C
Bhubaneswar

ବେଗୁନିଆରେ ରାଜସ୍ୱ ରଥର ଶୁଭାରମ୍ଭ 

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲ କାର୍ୟ୍ୟାଳୟ ଦ୍ୱାରା ଆୟୋଜିତ କରୋନା ସଚେତନତା ପାଇଁ ଆଜି ରାଜସ୍ୱ ରଥର ଶୁଭାରମ୍ଭ କାର୍ୟ୍ୟକ୍ରମ କାର୍ୟ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । କାର୍ୟ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଅନୁଜ ଦାସ ପଟ୍ଟନାୟକ, ଉପଜିଲ୍ଲାପାଳ ଅଶୋକକୁମାର ବେହୁରିଆ, ଉପାଧକ୍ଷା ତନୁଜା ପାଟଶାଣୀ ଏବଂ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ଆନୁଷ୍ଠାନିକ ଭାବେ ପତାକା ଦେଖାଇ ଶୁଭାରମ୍ଭ କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଥାନା ଅଧିକାରୀ ଲଷ୍ମୀପ୍ରସାଦଶତପଥି, ଅତିରିକ୍ତ ତହସିଲଦାର ସନାତନ ଆଚାର୍ୟ୍ୟ, ସୁପରଭାଇଜର କୃଷ୍ଣଚନ୍ଦ୍ର ମହାପାତ୍ର, ରେକର୍ଡ କିପର ପତିତପାବନ ମହାପାତ୍ର, ୪ ଟି ସର୍କଲର ଆରଆଇ ଏବଂ କାର୍ୟ୍ୟାଳୟର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କର ରାଜସ୍ୱ ଓ ବିପର୍ୟୟ ପରିଚାଳନା ୫ ଟି କାର୍ୟ୍ୟକ୍ରମରେ ଏହି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଥିବାବେଳେ କରୋନା ମହାମାରୀ ଦିନକୁ ଦିନ ଦ୍ରୁତ ଗତିରେ ବଢି ଚାଲିଥିବାରୁ କଟକଣାକୁ ମଧ୍ୟ କଡାକଡି କରାଯାଇଛି ।

ଏହି ସଚେତନତା ରଥ ଦ୍ୱାରା ରାଜସ୍ୱ ବିଭାଗର ସମସ୍ତ ସେବା ନିର୍ଦ୍ଧାରିତ ସମୟରେ ଲୋକଙ୍କ ପାଖରେ ପହଞ୍ଚାଇବା ଏହାର ମୂଳ ଉଦ୍ଦେଶ୍ୟ ରହିଥିବାବେଳେ ଲୋକେ ଘରେ ବସି ଏହି ସେବାଗୁଡିକ ପାଇପାରିବେ । ଏହାଦ୍ୱାରା ଲୋକମାନେ ସେମାନଙ୍କର ଆୟ ପ୍ରମାଣ ପତ୍ର, ବାସସ୍ଥାନ ପ୍ରମାଣ ପତ୍ର, ଜାତିଗତ ପ୍ରମାଣ ପତ୍ର , ନାମଜାରୀ ଏବଂ ଜମିଜମା ବାବଦ ସମସ୍ତ ପ୍ରମାଣପତ୍ର ସୁବିଧାରେ ପ୍ରଶାସନ ଲୋକମାନଙ୍କୁ ଯୋଗାଇଦେବ । ଏହି ଅବସରରେ ୨୧ ଜଣଙ୍କୁ ଜମି ପଟା , ୫ ଜଣଙ୍କୁ ସାର୍ଟି ଫ।ଏଡ଼ ନକଲ , ୬ ଜଣଙ୍କୁ ଅନ୍ୟାନ୍ୟ ସାର୍ଟିଫିକେଟ ,ଜଣକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ୩୦ ହଜାର ଟଙ୍କା ,ବ।ଳଧାଡ଼ି ସିକୋରେ ରେଡ଼କ୍ରସ ଫଣ୍ଡରୁ ସହାୟତା ପ୍ରଦାନ କରାଯାଇଥିଲା । ଲୋକମାନଙ୍କ ହାତ ପାହାନ୍ତାରେ କରୋନା ସମୟରେ ଏହି ସେବା ଯୋଗାଇଦେବା ପାଇଁ ସରକାର ଏହି କାର୍ୟ୍ୟକ୍ରମର ଆୟୋଜନ କରିଛନ୍ତି । ରାତିରେ ତହସିଲଦାର ଦୁଆର ଦୁଆର ବୁଲି ଏହି କାର୍ୟ୍ୟକ୍ରମରେ ବ୍ୟସ୍ତ ରହିଥିବା ଯୋଗୁ କେତେ ଲୋକଙ୍କୁ କଣ କଣ ବଣ୍ଟାଗଲା ତାର ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିନାହିଁ ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories