ରାଜସୁନାଖଳା ମହୋତ୍ସବ କାଉଁରୀ-୨୦୨୩ ଉଦଘାଟିତ

ବୋଲଗଡ଼: ରାଜସୁନାଖଳା ମହୋତ୍ସବ କାଉଁରୀ-୨୦୨୩ ଶୁକ୍ରବାର ଉଦଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ପଞ୍ଚମ ରାଜସୁନାଖଳା ମହୋତ୍ସବ କାଉଁରୀ-୨୦୨୩କୁ ଉଦଘାଟନ କରିଛନ୍ତି। କମିଟିର ଅଧକ୍ଷ ଆର୍ତ୍ତତ୍ରାଣ ପ୍ରଧାନଙ୍କ ଅଧ୍ୟକ୍ଷତା ମୁଖ୍ୟବକ୍ତା ଭାବେ ଭାରତ ସରକାରଙ୍କ ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ  ସମ୍ବିତ୍ ପାତ୍ର , ମହୋତ୍ସବ କମିଟି ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ପ୍ରଧାନ, ବରିଷ୍ଠ ସାମ୍ବାଦିକ ରାଜେନ୍ଦ୍ର କୁମାର ସାହୁ, ଜୟନ୍ଦ୍ର ବେହେରା, ନୟାଗଡ ଜିଲାପାଳ ରବୀନ୍ଦ୍ର ନାଥ ସାହୁ,ସେବା ଉତ୍ସବ ଅଧକ୍ଷ ଶିବରାମ ମହାପାତ୍ର, ରଣପୁର ବାର ଆସୋସିଏସନ ଅଧ୍ୟକ୍ଷ ଗିରିଜା କାନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେଇ ରାଜସୁନାଖଳା ଅଞ୍ଚଳର କଳା, ସଂସ୍କୃତି ଓ ପରମ୍ପରା ଐତିହ୍ୟର ଭୟୀଅଶୀ ପ୍ରଶଂସା କରିଥିଲେ।

ପ୍ରାରମ୍ଭରେ ବୋଲଗଡର ବଂଶୀଧର ସଙ୍ଗୀତ ମହାବିଦ୍ୟାଳୟର କଣ୍ଠଶିଳ୍ପୀ କଳାକାର ମାନଙ୍କ ଦ୍ଵାରା ଜାତୀୟ ସଙ୍ଗୀତ ସହ ସ୍ଵାଗତ ସଙ୍ଗୀତ ଗାନ କରାଯାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ମହୋତ୍ସବର ମୁଖପତ୍ର ‘କାଉଁରୀ’ ଉନ୍ମୋଚନ ହୋଇଥିଲା । ଅଂଚଳର ପ୍ରତିଭା ଆଦର୍ଶ ଶିକ୍ଷକ ଲକ୍ଷ୍ମୀଧର ଚୌଧୁରୀ, ମେଧାବୀ ଛାତ୍ରୀ ପୂର୍ବାସା ପ୍ରିୟଦର୍ଶିନୀ ସାମନ୍ତରାୟ, ଯୁବବୈଜ୍ଞାନିକ ଅଂଶୁମାନ ମିଶ୍ରଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ରାଜ୍ୟପାଳ ସମ୍ମାନୀତ କରିଥିଲେ । ଏଥିରେ ରାଜ୍ୟ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଦୀର୍ଘ ୫ ଦିନ ବ୍ୟାପୀ ପ୍ରତିଦିନ ଶୀତୁଆ ସନ୍ଧ୍ୟାରେ ଓଡ଼ିଶୀ ଓ ଲୋକନୃତ୍ୟ, ସମ୍ବଲପୁରୀ ନୃତ୍ୟ, ପଶୁ ନୃତ୍ୟ, ଗୋଟିପୁଅ ନୃତ୍ୟ, ସାନ୍ତାଳୀ ନୃତ୍ୟ, ଦୁଲ ଦୁଲି ନୃତ୍ୟ ଓ ସ୍ଥାନୀୟ ଅଂଚଳର ବିଭିନ୍ନ ପ୍ରତଭା ସମ୍ପନ୍ନ କଳାକାରଙ୍କ ଦ୍ୱାରା ପାଲା, ଭାଗବତ ମଣ୍ଡଳୀ ମେଳା, ଖଞ୍ଜଣି ଭଜନ, ସଂକ୍ରିତନ ଏବଂ ବିଭିନ୍ନ କଳା ଅନୁଷ୍ଠାନ ପକ୍ଷରୁ ଡ୍ୟାନ୍ସ ଡ୍ୟାନ୍ସ ପରିବେଷଣ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପରିଶେଷରେ ମହୋତ୍ସବ କମିଟି ସାଧାରଣ ସମ୍ପାଦକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ବିଭିନ୍ନ ଦୋକାନ, ମୀନା ବଜାର ଓ ଅନ୍ୟ ପ୍ରମୁଖ ଷ୍ଟଲ ପାଇଁ ପ୍ରବଳ ଜନସମାଗମ ଥିବା ବେଳେ ଖୋଲା ଆକାଶର ରଙ୍ଗୀନ ରଙ୍ଗ ମଞ୍ଚର ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଦର୍ଶକ ମାନେ ମନଭରି ଉପଭୋଗ କରିଥିଲେ।

Comments are closed.