୫ରୁ ବଢ଼ିବ ବର୍ଷା

0

ଭୁବନେଶ୍ୱର : ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର ଆନ୍ଧ୍ର ଉପକୂଳ ଉପରେ ରହିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଛି। ସୋମବାର ବିଶେଷ ବର୍ଷା ହୋଇ ନ ଥିଲେ ବି ଅନେକ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିଥିଲା। ଅପରାହ୍ଣ ୫.୩୦ ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ୨ ସେମି ବର୍ଷା ରେକର୍ଡ଼ କରାଯାଇଛି। ଅନ୍ୟ ସ୍ଥାନରେ କାଁ ଭାଁ ବର୍ଷା ହୋଇଛି। ରାଜଧାନୀରେ ପାଖାପାଖି ୨ ମିଲିମିଟର ବର୍ଷା ହୋଇଛି।
ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଥିଲା। କନ୍ଧମାଳର କୋଟଗଡ଼ରେ ସର୍ବାଧିକ ୯ ସେମି ବର୍ଷା ହୋଇଛି। ସେହିପରି ବାଲେଶ୍ୱରର ଜୟପୁର, କେନ୍ଦୁଝରଗଡ଼ର ଦୈତାରୀରେ ୮ ସେମି, ମୟୂରଭଞ୍ଜର କରଞ୍ଜିଆ ଓ ନୂଆପଡ଼ାରେ ୭ ସେମି ଲେଖାଏଁ ବର୍ଷା ହୋଇଛି। ଚାନ୍ଦବାଲି ଓ ତେଲକୋଇରେ ୬ ସେମି ବର୍ଷା ରେକର୍ଡ଼ କରାଯାଇଛି। ବିଶେଷକରି ଗଜପତି, ଗଞ୍ଜାମ, ଜଗତସିଂହପୁର, ପୁରୀ, କେନ୍ଦୁଝର, ବାଲେଶ୍ୱର, ମୟୂରଭଞ୍ଜ, କୋରାପୁଟରେ ୨୪ ଘଣ୍ଟା ମଧ୍ୟରେ ବର୍ଷାର ସମ୍ଭାବନା ରହିଛି। ୩ ଓ ୪ ତାରିଖରେ କାଁ ଭାଁ ବର୍ଷା ହୋଇପାରେ। ୫ରୁ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

kalyan agarbati
Leave A Reply