ମୌସୁମୀ ସକ୍ରିୟ; ୬ଟି ଜିଲାରେ ବର୍ଷା ସମ୍ଭାବନା

0

କଟକ: ମୌସୁମୀ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆକାଶ ମେଘାଚ୍ଛନ୍ନ ରହିବା ସହ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବର କେତେକ ସ୍ଥାନରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ପୂର୍ବାନୁମାନ କରାଯାଇଛି। ଏହା ସହ ଗଜପତି, ଗଞ୍ଜାମ, କୋରାପୁଟ, ମାଲକାନଗିରି, ବାଲେଶ୍ବର, ମୟୂରଭଞ୍ଜ ଆଜି ଜିଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଟିଟଲାଗଡରେ ସର୍ବୋଚ୍ଚ ତାପମାତ୍ର ୩୬.୦ ଡିଗ୍ରୀ ସେଲସିୟସ୍ ରହିଥିବା ବେଳେ ସୁନ୍ଦରଗଡରେ ସର୍ବନିମ୍ନ ୨୦ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି । ସୂଚନାଯୋଗ୍ୟ, ଗତକାଲି ଢେଙ୍କାନଳ ଖଇରାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି ।

kalyan agarbati
Leave A Reply