www.samajalive.in
Monday, December 15, 2025
24.1 C
Bhubaneswar

ତାତିରୁ ମିଳିଲା ଆଶ୍ୱସ୍ତି

ଭୁବନେଶ୍ୱର : ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର, ଦକ୍ଷିଣ ଉପକୂଳ ଓ ଅଭ୍ୟନ୍ତର ଓଡ଼ିଶାର କେତେକ ସ୍ଥାନରେ ଗୁରୁବାର ବର୍ଷା ହୋଇଛି। ଫଳରେ ଗତ କିଛି ଦିନ ହେଲା ଅସହ୍ୟ ତାତି ଓ ଗୁଳୁଗୁଳିରୁ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ମିଳିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ଉପକୂଳ ଓ ଅଭ୍ୟନ୍ତର ଓଡ଼ିଶାର ଅନେକ ଅଞ୍ଚଳରେ ଗୁରୁବାର ଆକାଶ ମେଘୁଆ ରହିଥିବାବେଳେ ଆଉ କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା ବାଲେଶ୍ୱରରେ ସର୍ବାଧିକ ୪୭ ମିଲିମିଟର, ଢେଙ୍କାନାଳରେ ୩୬ ମିମି, ଚାନ୍ଦବାଲିରେ ୨୭, କେନ୍ଦୁଝରଗଡ଼ରେ ୬ ମିମି, ଭୁବନେଶ୍ୱର ଓ ସୁନ୍ଦରଗଡ଼ରେ ୪ମିମି ବର୍ଷା ରେକର୍ଡ଼ କରାଯାଇଛି।
ଘୂର୍ଣ୍ଣିବଳୟ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହେବ। ଏହାର ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହେବ। ଏହାସହିତ କେତେକ ସ୍ଥାନରେ ଧୂଳି ଝଡ଼ ମଧ୍ୟ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଘୂର୍ଣ୍ଣିବଳୟ ଦୁର୍ବଳ ହୋଇପଡ଼ିଥିବା ମୌସୁମି ବାୟୁକୁ ସକ୍ରିୟ କରିବ। ଜୁନ୍‍ ୨୩ରୁ ୨୫ ମଧ୍ୟରେ ରାଜ୍ୟରେ ପୁଣି ଥରେ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ସକ୍ରିୟ
ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ୨୩ ଓ ୨୪ରେ ରାଜ୍ୟରେ ବଡ଼ଧରଣର ବର୍ଷା ନାହିଁ। ତେବେ ୨୫ରୁ ମୌସୁମି ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।
ଗୁରୁବାର ବଲାଙ୍ଗୀର ଓ ଟିଟିଲାଗଡ଼ ବ୍ୟତୀତ ରାଜ୍ୟର ଅନ୍ୟ ସମସ୍ତ ସ୍ଥାନରେ ପାରଦ ଖସିଛି। ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା ୪୦.୨ ଓ ଟିଟିଲାଗଡ଼ରେ ୪୦.୦ ଡିଗ୍ରୀ ରେକର୍ଡ଼ କରାଯାଇଛି। ଅନ୍ୟପକ୍ଷରେ ସମ୍ବଲପୁରରେ ୩୯.୪, ହୀରାକୁଦରେ ୩୯.୧ ରେକର୍ଡ଼ କରାଯାଇଛି। ସେହିପରି ଗତ କିଛି ଦିନ ହେଲା ଗ୍ରୀଷ୍ମ ପ୍ରକୋପରେ ସିଝୁଥିବା ରାଜଧାନୀରେ ଆଜି ତାପମାତ୍ରା ୩୫.୬ ଡିଗ୍ରୀ ଥିବାବେଳେ କଟକରେ ୩୪ ଡିଗ୍ରୀ, ବାଲେଶ୍ୱରରେ ୩୫.୧ ଓ ଚାନ୍ଦବାଲିରେ ୩୭.୪ ଡିଗ୍ରୀ ରେକର୍ଡ଼ କରାଯାଇଛି।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories