www.samajalive.in
Monday, December 15, 2025
24.1 C
Bhubaneswar

ପଞ୍ଚଭୂତରେ ଲୀନ ହେଲେ ରାଇମୋହନ, ପୁରୀ ସ୍ବର୍ଗଦ୍ବାରରେ ଷକୃତ ସମ୍ପନ୍ନ

ପୁରୀ: ପଞ୍ଚଭୂତରେ ଲୀନ ହେଲା ଅଭିନେତା ରାଇମୋହନ ପରିଡ଼ାଙ୍କ ମରଶରୀର। ପୁରୀ ସ୍ବର୍ଗଦ୍ବାରରେ ରାଇମୋହନଙ୍କ ଶେଷକୃତ ସମ୍ପନ୍ନ ହୋଇଛି। ରାଇମୋହନଙ୍କ ପାର୍ଥିବ ଶରୀରରେ ତାଙ୍କର ସାନ ଝିଅ ମୁଖାଗ୍ନି ଦେଇଛନ୍ତି। ଏହି ଅବସରରେ ସଂପର୍କୀୟ, ବନ୍ଧୁବର୍ଗ ଓ ସିନେମା ଜଗତର କିଛି ଜଣାଶୁଣା ବ୍ୟକ୍ତି ଉପସ୍ଥିତ ଥିଲେ।

ରାଇମୋହନ ପରିଡ଼ାଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯିବା ପରେ କ୍ୟାପିଟାଲ ହସ୍ପିଟାଲରୁ ଏକ ଶୋଭାଯାତ୍ରାରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ନିଆଯାଇଥିଲା। ସେଠାରେ ଓଡ଼ିଆ ଫିଲ୍ମ, ଟେଲିଭିଜନ ଜଗତର ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହାପରେ ରାଇମୋହନ ପରିଡ଼ାଙ୍କ ପାର୍ଥିବ ଶରୀରକୁ ସଙ୍ଗୀତ ମହାବିଦ୍ୟାଳୟରୁ ତାଙ୍କର ପ୍ରାଚୀବିହାରସ୍ଥିତ ବାସଭବନ ଅଭିମୁଖେ କିଛି ସମୟ ପାଇଁ ନିଆଯାଇଥିଲା। ପ୍ରାଚୀ ବିହାରସ୍ଥିତ ରାଇମୋହନଙ୍କ ଘରେ ପରିବାର, ବନ୍ଧୁବର୍ଗ ଓ ଅନ୍ୟମାନେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଶେଷରେ ପାର୍ଥିବ ଶରୀର ପୁରୀ ସ୍ବର୍ଗଦ୍ବାର ଅଭିମୁଖେ ବାହାରିଥିଲା ଏବଂ ସେଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।
ଆଜି ଲୋକପ୍ରିୟ ମଞ୍ଚ ଓ ସିନେ ଅଭିନେତା ରାଇମୋହନ ପରିଡ଼ା ଆତ୍ମହତ୍ୟା କରିଥିଲେ। ଭୁବନେଶ୍ବର ପ୍ରାଚୀ ବିହାରସ୍ଥିତ ତାଙ୍କ ବାସ ଭବନରୁ ରାଇମୋହନଙ୍କ ମୃତଦେହ ମିଳିଥିଲା। ତାଙ୍କ ମୃତଦେହକୁ ତୁରନ୍ତ କ୍ୟାପିଟାଲ ହସ୍‌ପିଟାଲକୁ ନିଆଯାଇଥିଲା ଏବଂ ସେଠାରେ ଡାକ୍ତର ରାଇମୋହନଙ୍କୁ ମୃତ ଘୋଷଣା କରିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories