www.samajalive.in
Tuesday, December 9, 2025
16.1 C
Bhubaneswar

ଆଗକୁ ପର୍ବ, ରେଳବାଇ ଚଳାଇବ ୨ ଶହ ସ୍ୱତନ୍ତ୍ର ଟ୍ରେନ୍

ଆଗାମୀ ଦିନରେ ଦେଶରେ ପର୍ବ ପର୍ବାଣି ଆରମ୍ଭ ହେଉଥିବାରୁ ତାହାକୁ ଦୃଷ୍ଟିରେ ରଖି ରେଳବାଇ ୨୦୦ଟି ସ୍ୱତନ୍ତ୍ର ଟ୍ରେନ ଚଳାଇବ। ରେଳବାଇ ଅଧ୍ୟକ୍ଷ ତଥା ସିଇଓ ଭି କେ ଯାଦବ କହିଛନ୍ତି ଯେ ଉତ୍ସବ ସମୟରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ସେବା ଯୋଗାଇବା ପାଇଁ ରେଳବାଇ ଅକ୍ଟୋବର ୧୫ରୁ ନଭେମ୍ବର ୩୦ ମଧ୍ୟରେ ୨୦୦ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଯୋଜନା କରୁଛି।

ଗତକାଲି ନୂଆଦିଲ୍ଲୀରେ ଏକ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ଯାଦବ କହିଛନ୍ତି ଯେ ରେଳ ମନ୍ତ୍ରଣାଳୟ ଦେଶର ସମସ୍ତ ରେଳ ଜୋନର ସାଧାରଣ ପରିଚାଳକମାନଙ୍କ ସହ ବୈଠକ କରି ସ୍ଥାନୀୟ ପ୍ରଶାସନ ସହ କଥାବାର୍ତ୍ତା କରିବାକୁ ଏବଂ କରୋନା ସଂକ୍ରମଣ ସ୍ଥିତି ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛି। ସେ କହିଛନ୍ତି, ସେମାନଙ୍କୁ ଏକ ରିପୋର୍ଟ ଦେବାକୁ କୁହାଯାଇଛି ଯାହା ପରେ ଛୁଟିଦିନରେ ପ୍ରଚଳିତ ଟ୍ରେନର ସଂଖ୍ୟା ସ୍ଥିର ହେବ। ଶ୍ରୀ ଯାଦବ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୦୦ଟି ଟ୍ରେନ୍ ଚଳାଚଳ କରିବ ବୋଲି ପ୍ରାଥମିକ ଭାବେ ଆକଳନ କରାଯାଇଛି।

- Advertisement -

ଶ୍ରୀ ଯାଦବ କହିଛନ୍ତି ଯେ ଅଧିକ ଚାହିଦା ଥିବା ରୁଟରେ ଆରମ୍ଭ ହୋଇଥିବା କ୍ଲୋନ ଟ୍ରେନ ପ୍ରାୟ ୬୦ ପ୍ରତିଶତ ଅଟେ। ସେ କହିଛନ୍ତି, ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ଯେ ଯେଉଁଠାରେ କ୍ଲୋନ୍ ଟ୍ରେନରେ ଯାତ୍ରୀ ସଂଖ୍ୟା ଅଧିକ ରହୁଛି, ସେହି ମାର୍ଗରେ ଅନ୍ୟ ଏକ କ୍ଲୋନ୍ ଟ୍ରେନ୍ ଚଳାଚଳ କରିବ ଯେପରି କୌଣସି ଯାତ୍ରୀଙ୍କୁ ଅପେକ୍ଷା କରିବାକୁ ପଡିବ ନାହିଁ।

କରୋନା ମହାମାରୀ ଯୋଗୁ ଦେଶରେ ମାର୍ଚ୍ଚ ୨୨ ଠାରୁ ନିୟମିତ ଟ୍ରେନ୍ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିଛି। ତେବେ ମେ’ ୧୨ରୁ ରେଳବାଇ ଦେଶର ବିଭିନ୍ନ ସ୍ଥାନ ସହ ଦିଲ୍ଲୀକୁ ସଂଯୋଗ କରୁଥିବା ୧୫ ଯୋଡ଼ା ପ୍ରିମିୟମ ରାଜଧାନୀ ସ୍ୱତନ୍ତ୍ର ଟ୍ରେନ ସେବା ଆରମ୍ଭ କରିଥିବା ବେଳେ ଜୁନ ୧ରେ ୧୦୦ ଯୋଡ଼ା ଦୂରଗାମୀ ଟ୍ରେନ୍ ଚଳାଚଳ ଆରମ୍ଭ କରିଛି। ଏହା ଛଡା ସେପ୍ଟେମ୍ବର ୧୨ରେ ଅତିରିକ୍ତ ୮୦ଟି ଟ୍ରେନ୍ କାର୍ଯ୍ୟ ଆରମ୍ଭ କରିଛି।

Hot this week

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

Related Articles

Popular Categories