www.samajalive.in
Monday, December 8, 2025
14.1 C
Bhubaneswar

ସାବଧାନ ! ରେଳ ଟିକେଟ୍‍ କାଉଣ୍ଟରରେ ବିକ୍ରି ହେଉଛି ନକଲି ଟିକେଟ୍‍

ନୂଆଦିଲ୍ଲୀ : ରେଲୱେ ସାଧାରଣ (ଅଂସରକ୍ଷିତ) ଟିକେଟ୍‍ କାଉଣ୍ଟରରେ ନକଲି ଟିକେଟ୍‍ ବିକ୍ରି ହେଉଥିବାର ଖବର ସାମ୍ନାକୁ ଆସିଛି। ଫଳରେ ରେଳ ଯାତ୍ରୀମାନଙ୍କୁ ସାବଧାନ ରହିବାକୁ କୁହାଯାଇଛି। ରେଳ କର୍ମଚାରୀ, ରେଳ ଷ୍ଟେସନ୍‍ ନିକଟ ଜନସୁବିଧାକେନ୍ଦ୍ର ସଂଚାଳକଙ୍କ ମଧୁଚନ୍ଦ୍ରିକାରେ ଯାତ୍ରୀଙ୍କୁ ଠକାଯାଉଛି। ଫଳରେ କାଉଣ୍ଟରରେ ପୂର୍ଣ୍ଣ ମୂଲ୍ୟ ଦେଇ ଯାତ୍ରୀ ନେଉଥିବା ଟିକେଟ୍‍ଟି ନକଲି କି ଅସଲି ଜାଣିପାରୁନାହିଁ। ଏପରିକି ଯାତ୍ରୀ ଏହାର ଆଭାସ ବି ପାଇପାରୁନାହାନ୍ତି। ଅପରପକ୍ଷରେ ରେଳ ବିଭାଗ ଲକ୍ଷାଧିକ ଟଙ୍କାର କ୍ଷତି ସହୁଛି। ନିକଟରେ ଆରପିଏଫ ଏବଂ ରେଳ ବ୍ୟବସାୟିକ ବିଭାଗ ଦ୍ୱାରା ଏପରି କେତେକ ନକଲି ଟିକେଟ୍‍ ଧରାପଡିଛି। ସୂଚନା ଅନୁସାରେ ଜିତେନ୍ଦ୍ର ସାହାଣି ନାମକ ଜଣେ ବ୍ୟକ୍ତି ରାଜେନ୍ଦ୍ରନଗର ରେଳ କାଉଣ୍ଟର ୪ରୁ ସକାଳ ୫ଟାରେ କୋଇଲୱର ପାଇଁ ଏକ ଟିକେଟ୍‍ କିଣିଥିଲେ। ଟିକେଟ୍‍ର ପ୍ରକୃତ ଦାମ ୩୫ ଟଙ୍କା ହୋଇଥିବାବେଳେ ଜିତେନ୍ଦ୍ର କିଣିଥିବା ଟିକେଟ୍‍ରେ ୨୭୫ ଟଙ୍କା ଛପା ହୋଇଥିଲା। ଟିକେଟ୍‍ ପାଇଁ ଜିତେନ୍ଦ୍ରଙ୍କୁ ୨୭୫ ଟଙ୍କା ଦେବାକୁ ପଡ଼ିଥିଲା। ସେହିପରି ଗନ୍ତବ୍ୟସ୍ଥାନ କୋଇଲୱର ସ୍ଥାନରେ ଟିକେଟ୍‍ରେ ନୂଆଦିଲ୍ଲୀ ଛପା ହୋଇଥିଲା। ଟକେଟ୍‍ରେ କିଣିବା ସମୟରେ ବି ପରିବର୍ତ୍ତନ କରାଯାଇଥିଲା। ପରେ ଏହା ଏକ ନକଲି ଟିକେଟ୍‍ ବୋଲି ଜଣାପଡିଥିଲା। ରେଳ କର୍ମଚାରୀଙ୍କ ସହଭାଗୀତା ବିନା କାଉଣ୍ଟରରୁ ଟିକେଟ୍‍ କଳାବଜାର ହୋଇପାରିବ ନାହିଁ ବୋଲି ବିଭାଗୀୟ ଅଧିକାରୀମାନେ କହିଛନ୍ତି। ତେବେ ନକଲି ଟିକେଟ୍‍ ପାଇଁ ଯାତ୍ରୀଙ୍କୁ ଜୋରିମାନା ଦେବାକୁ ପଡିଥିଲା। ହେଲେ ଟିକେଟ୍‍ କାଉଣ୍ଟର କର୍ମଚାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା। ପୂର୍ବରୁ ନକଲି ଟିକେଟ୍‍ ବିକ୍ରି ଅଭିଯୋଗରେ ରାଜେନ୍ଦ୍ରନଗର ବୁକିଂ କାଉଣ୍ଟରରୁ ଜଣେ କିରାଣିଙ୍କୁ ଗିରଫ କରାଯାଇଥିଲା। ପରେ ପାଟନା ଜଂକସନ୍‍ ନିକଟ ଜନସୁବିଧା କାଉଣ୍ଟରରେ ଚଢଉ କରାଯାଇ ନକଲି ଟିକେଟ୍‍ ଜବତ କରାଯାଇଥିôଲା। ଏପରିକି ପାଟନାଠାରେ ବେଆଇନ ଭାବେ ଟିକେଟ୍‍ ବିକ୍ରି କରୁଥିବା ଅଭିଯୋଗରେ ଏକ ଟ୍ରାଭେଲ ଏଜେନ୍ସି ସଂଚାଳକଙ୍କୁ ଗିରଫ କରାଯାଇଥିଲା। ବିଶେଷ ସୂଚନା ଅନୁସାରେ ବିଭିନ୍ନ ଷ୍ଟେସନରେ ଏକ ନକଲି ଟିକେଟ୍‍ ଗ୍ୟାଙ୍ଗ ସକ୍ରିୟ ଅଛନ୍ତି। ସେମାନେ ଟିକେଟ୍‍ କାଉଣ୍ଟର ଜରିଆରେ ଲୋକଙ୍କୁ ନକଲି ଟିକେଟ୍‍ ବିକ୍ରି କରୁଛନ୍ତି। ଯାତ୍ରୀ ଏହାର ଟିକିଏ ବି ସୁରାକ୍‍ ପାଇପାରୁନାହାନ୍ତି।
କେମିତି ଚିହ୍ନିବେ ନକଲି ଟିକେଟ୍‍
ଟିକେଟ୍‍ ଉପରେ ଛପା ଅକ୍ଷର ଦେଖିବାକୁ ଅସମାନ (ଛୋଟ ଏବଂ ବଡ଼) ରହିଥିବେ। ଟିକେଟ୍‍ ଟିକିଏ ମଇଳା, ମୂଲ୍ୟ ଅସ୍ପଷ୍ଟ ଏବଂ ଟିକିଏ ଅଲଗା ଦେଖାଯାଏ। ଗନ୍ତବ୍ୟସ୍ଥଳ ଏବଂ ଯାତ୍ରା ଆରମ୍ଭ ସ୍ଥଳ ଭୁଲ ଲେଖାଯାଇଥାଏ କିମ୍ବା ଗୋଟିଏ ଲେଖା ଉପରେ ଆଉ ଗୋଟିଏ ଲେଖା ଛପା ଯାଇଥାଏ।
ଅସଲି ଟିକେଟ୍‍
ଅକ୍ଷର ଦେଖିବାକୁ ସମାନ ଏବଂ ଷ୍ଟେସନ୍‍ ଏବଂ ମୂଲ୍ୟ ସ୍ପଷ୍ଟ ଭାବେ ଛପା ଯାଇଥାଏ। ତାରିଖ ସ୍ପଷ୍ଟ ଏବଂ ଢାଞ୍ଚା ଗୋଟିଏ ପ୍ରକାର ହୋଇଥାଏ। ସମ୍ପୂର୍ଣ୍ଣ ଟିକେଟ୍‍ଟି ସଫାସୁତରା ଏବଂ ସ୍ପଷ୍ଟ ଦେଖାଯାଇଥାଏ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories