www.samajalive.in
Sunday, December 7, 2025
23.1 C
Bhubaneswar

ଓଡ଼ିଶାକୁ ଇତିହାସରେ ସର୍ବାଧିକ ଅନୁଦାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ-ଅଶ୍ବିନୀ ବୈଷ୍ଣବ

ନୂଆଦିଲ୍ଲୀ: ଓଡ଼ିଶାକୁ ରେଳ ବଜେଟ ଅନୁଦାନ ନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରତିକ୍ରିୟା ରଖି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ଓଡ଼ିଶାକୁ ଇତିହାସରେ ସର୍ବାଧିକ ଅନୁଦାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଚଳିତ ବର୍ଷ ୯୭୨୩କୋଟି ଦେଇଛନ୍ତି, ୟୁପିଏ ତୁଳନାରେ ୧୦ଗୁଣ। ୨୦୦୯ରୁ ୧୪ ପର୍ଯ୍ୟନ୍ତ ବାର୍ଷିକ ହାରାହାରି ୮୩୪କୋଟି ମିଳୁଥିଲା। ୨୦୧୪ରୁ ୧୯ ପର୍ଯ୍ୟନ୍ତ ହାରାହାରି ବାର୍ଷିକ ୪୧୨୬କୋଟି ଦେଲେ। ୨୦୧୯-୨୦ରେ ୪୫୬୮କୋଟି, ୨୦୨୦-୨୧ରେ ୫୨୯୬କୋଟି। ୨୦୨୧-୨୨ରେ ପ୍ରଥମେ ୫୯୨୧ ଓ ଏହାପରେ ୫୫୦କୋଟି ଦେଲେ। ୨୦୨୧-୨୨ରେ ମୋଟ ୬୪୭୧କୋଟି ଦିଆଯାଇଥିଲା। ରେଳ ବିକାଶ ପାଇଁ ପାଣ୍ଠିର ଅଭାବ ରହିବ ନାହିଁ ବୋଲି ରେଳମନ୍ତ୍ରୀ ପ୍ରକାଶ କରିଛନ୍ତି।

 

- Advertisement -

କଳାହାଣ୍ଡି ରେଳ ୱାଗନ ଫ୍ୟାକ୍ଟ୍ରି ସମ୍ପର୍କରେ ସୂଚନା ଦେଇ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ଏ ଯାଏ ୫୦% ଜମି ଅଧିଗ୍ରହଣ ହୋଇଛି, ରାଜ୍ୟ ଜମି ଦେଲେ କାର୍ଯ୍ୟ ଆରମ୍ଭ ହେବ। ‘ବନ୍ଦେ ଭାରତ’ ଯୋଜନାରେ ବି ଓଡ଼ିଶାରେ ରେଳ ଚାଲିବ। ସାରା ଦେଶ ପାଇଁ ଘୋଷଣା ହୋଇଛି, ଓଡ଼ିଶାରେ ବି ଏହା ଚାଲିବ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories