www.samajalive.in
Monday, December 15, 2025
24.1 C
Bhubaneswar

ଚର୍ଚ୍ଚାରେ ରାହୁଲଙ୍କ ଭାଷଣ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ବଢୁଥିବା ନେଇ ଦଳ ପକ୍ଷରୁ ଦାବି କରାଯାଇଛି। ଏ ସମ୍ପର୍କରେ କଂଗ୍ରେସ ପକ୍ଷରୁ ଆବଶ୍ୟକ ତଥ୍ୟ ଉପସ୍ଥାପନ କରାଯାଇଛି। ତଥ୍ୟ ଅନୁଯାୟୀ ନିକଟରେ ଶେଷ ହୋଇଥିବା ସଂସଦର ମୌସୁମୀ ଅଧିବେଶନ କାଳରେ ଆଗତ ଅନାସ୍ଥା ପ୍ରସ୍ତାବ ଆଲୋଚନାବେଳେ ରାହୁଲଙ୍କ ଭାଷଣକୁ ସର୍ବାଧିକ ଲୋକ ଶୁଣିଛନ୍ତି। ସଂସଦ ଟିଭି ୟୁଟ୍ୟୁବ୍‌ ଚାନେଲର ଦର୍ଶକସଂଖ୍ୟା ତଥ୍ୟ ଅନୁଯାୟୀ ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ ରାହୁଲ ଗାନ୍ଧୀଙ୍କ ଭାଷଣକୁ ୩ଲକ୍ଷ ୪୧ ହଜାର ଦର୍ଶକ ଶୁଣିଛନ୍ତି। ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣକୁ ୨ଲକ୍ଷ ୨୮ହଜାର ଲୋକ ଶୁଣିଛନ୍ତି। ସେହିପରି ଅମିତ ଶାହାଙ୍କ ଭାଷଣକୁ ୧ଲକ୍ଷ ୪୯ହଜାର ଓ ସ୍ମୃତି ଇରାନୀଙ୍କ ଭାଷଣକୁ ୭୦ହଜାର ଦର୍ଶକ ଶୁଣିଛନ୍ତି। ଲୋକସଭା ସଦସ୍ୟତା ଫେରିପାଇବା ପରେ ରାହୁଲ ସଂସଦରେ କ’ଣ କହିବେ ତାକୁ ଶୁଣିବା ଲାଗି ଲୋକେ ଅଧିକ ଆଗ୍ରହୀ ହୋଇଥିଲେ। କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଅନ୍ୟ ଏକ ତୁଳନାତ୍ମକ ତଥ୍ୟ ଅନୁଯାୟୀ ରାହୁଲଙ୍କ ଲୋକପ୍ରିୟତା ମୋଦୀଙ୍କ ତୁଳନାରେ ଅଧିକ ରହିଥିବା କୁହାଯାଇଛି। ରାହୁଲ ଗତ ଶେଷ ୩୦ଟି ଟୁଇଟ୍‌କୁ ୪୮.୧୪ ନିୟୁତ ଲୋକଙ୍କ ଲାଇକ୍‌ ମିଳିଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ ​ମୋଦୀଙ୍କ ଶେଷ ୩୦ଟି ଟୁଇଟ୍‌କୁ ୨୧.୫୯ ଲୋକଙ୍କ ଲାଇକ୍ ମିଳିଛି।
ମୋଦୀଙ୍କ ତୁଳନାରେ ରାହୁଲଙ୍କ ଲୋକପ୍ରିୟତା ବଢୁଥିବା ନେଇ କଂଗ୍ରେସ ପକ୍ଷରୁ କରାଯାଇଥିବା ଦାବି ଉପରେ ବିଜେପି ପ୍ରତିକ୍ରିୟା ଦେଇଛି। ବିଜେପି କହିଛି ଯେ ମୋଦୀଙ୍କ ଟ୍ବିଟର ଆକାଉଣ୍ଟକୁ ଗତ ଏକମାସ ମଧ୍ୟରେ ୭୯.୯ ଲକ୍ଷ ଏନଗେଜମେଣ୍ଟ ମିଳିଛି। ଏହି ସମୟରେ ରାହୁଲଙ୍କ ଟ୍ବିଟର ଆକାଉଣ୍ଟକୁ ୨୩.୪୩ ଲକ୍ଷ ଏନଗେଜମେଣ୍ଟ ମିଳିଛି। ସେହିପରି ମୋଦୀଙ୍କ ଫେସବୁକ୍ ଆକାଉଣ୍ଟକୁ ୫୭.୮୯ଲକ୍ଷ ଏନଗେଜମେଣ୍ଟ ମିଳିଥିବାବେଳେ ରାହୁଲ ଗାନ୍ଧୀଙ୍କ ଆକାଉଣ୍ଟକୁ ୨୮.୩୮ଲକ୍ଷ ଏନଗେଜମେଣ୍ଟ ମିଳିଛି। ଗତ ଏକବର୍ଷ ମଧ୍ୟରେ ମୋଦୀଙ୍କ ଫେସବୁକ୍ ଆକାଉଣ୍ଟକୁ ୩.୨୫ କୋଟି ଏନଗେଜମେଣ୍ଟ ମିଳିଥିବାବେଳେ ରାହୁଲଙ୍କ ଆକାଉଣ୍ଟକୁ ୧.୮୮ କୋଟି ଏନଗେଜମେଣ୍ଟ ମିଳିଛି। ସେହିପରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ୟୁଟ୍ୟୁବ୍ ଚାନେଲର ଦର୍ଶକ ସଂଖ୍ୟା ୨୫.୪୬ କୋଟିରେ ପହଞ୍ଚିଥିବାବେଳେ ରାହୁଲଙ୍କ ୟୁଟ୍ୟୁବ୍ ଚାନେଲର ଦର୍ଶକ ସଂଖ୍ୟା ୪.୮୨କୋଟିରେ ପହଞ୍ଚିଛି। ଏହି ତଥ୍ୟ ଆଧାରରେ ବିଜେପି କହିଛି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories