ମଧ୍ୟପ୍ରଦେଶରେ କଂଗ୍ରେସ କ୍ଷମତାକୁ ଆସିଲେ ୧୦ଦିନରେ କୃଷି ଋଣ ଛାଡ଼: ରାହୁଲ

0

ଭୋପାଳ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ବୁଧବାର ରାହୁଲ କହିଛନ୍ତି ଯେ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଗଠନ କଲେ ୧୦ ଦିନ ମଧ୍ୟରେ କୃଷକଙ୍କ ଋଣ ଛାଡ କରାଯିବ। ମାଣ୍ଡସୌରରେ କୃଷକଙ୍କ ସମାବେଶରେ ଉଦ୍‍ବୋଧନ ଦେଇ ରାହୁଲ କହିଛନ୍ତି ଯେ କୃଷକଙ୍କ ପ୍ରତ୍ୟେକ ଉତ୍ପାଦିତ ଦ୍ରବ୍ୟର ସର୍ବନିମ୍ନ ମୂଲ୍ୟ ଧାର୍ଯ୍ୟ କରାଯିବ। ମଣ୍ଡିରେ କୃଷକ ଫସଲ ବିକିବା ପରେ ସଙ୍ଗେ ସଙ୍ଗେ ନଗଦ ଅର୍ଥ ପ୍ରଦାନ କରାଯିବ। ମାଣ୍ଡସୌର କୃଷକ ଆନ୍ଦୋଳନର ୧ବର୍ଷ ପୂର୍ତ୍ତି ଅବସରରେ ରାହୁଲ ସମବେତ କୃଷକଙ୍କୁ ସମ୍ବୋଧନ କରି ଏହା କହିଛନ୍ତି। ଗତବର୍ଷ ମାଣ୍ଡସୌରରେ କୃଷକଙ୍କ ଆନ୍ଦୋଳନ ବେଳେ ପୁଲିସ ଗୁଳିରେ ୫ଜଣ କୃଷକ ପ୍ରାଣ ହରାଇଥିଲେ।

Leave A Reply