ବିମାନ ଖରାପରୁ କୈଳାସ ମାନସରୋବର ଯିବା ପାଇଁ ରାହୁଲଙ୍କ ମାନସିକ

0

ନୂଆଦିଲ୍ଲୀ : ଦୁଇ ଦିନ ତଳେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ଯାଉଥିବାବେଳ ମଝି ଆକାଶରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବିମାନରେ ଯାନ୍ତ୍ରିତ ତ୍ରୁଟି ଦେଖାଦେଇଥିଲା । ବିମାନଟି ଗୋଟିଏ ପଟକୁ ଢଳିଯାଇ ଜୋରେ ଦୋହଲିବାକୁ ଲାଗିଥିଲା । ତିନି ଥର ପ୍ରୟାସ ପରେ ବିମାନକୁ କର୍ଣ୍ଣାଟକର ହୁବଲିରେ ଜରୁରୀ ଅବତରଣ କରାଯାଇଥିଲା । ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ପରେ ରାହୁଲ ଭୟଭୀତ ହୋଇଯାଇଥିଲେ। ଏଥର ସବୁ ଚାଲିଗଲା ବୋଲି ସେ ଭାବିଥିଲେ । ତେଣୁ ଏଥିରୁ ରକ୍ଷା ପାଇଲେ କୈଳାସ ମାନସରୋବର ଯାଇ ଭଗବାନଙ୍କ ଦର୍ଶନ କରିବେ ବୋଲି ସେ ମାନସିକ କରିଥିଲେ । ଦିଲ୍ଲୀର ରାମଳୀଳା ମୈଦାନରେ ରବିବାର କଂଗ୍ରେସର ଜନଆକ୍ରୋଶ ରାଲିରେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏହି କଥା କହିଛନ୍ତି । ଏହି ରାଲିରେ ରାହୁଲ ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ । ନିଜ ଅଭିଭାଷଣ ଶେଷ କରିବା ପରେ ରାହୁଲ ମଞ୍ଚରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନିକଟରେ ବସିଥିଲେ । କିନ୍ତୁ କିଛି ସମୟ ପରେ ହଠାତ୍‌ ରାହୁଲ ଗାନ୍ଧି ଉଠି ମାଇକ୍‌ ନିକଟକୁ ଯାଇଥିଲେ । ରାହୁଲଙ୍କୁ ପୁଣିଥରେ ମାଇକ ପାଖରେ ଦେଖି କାର୍ଯ୍ୟକର୍ତ୍ତା ସ୍ତବ୍ଧ ହୋଇଯାଇଥିଲେ । ରାହୁଲ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି କହିଥିଲେ ଯେ ଏବେ ମୁଁ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ନିଜର ମନକଥା କହିବାକୁ ଯାଉଛି। ପ୍ରଥମେ ଭାବିଥିଲି କହିବିନି କିନ୍ତୁ ଏବେ ଭାବୁଛି ପରିବାର ଲୋକଙ୍କ ଆଗରେ କହିଦେବା ଭଲ । ୨ରୁ ୩ ଦିନ ତଳେ ବିମାନରେ କର୍ଣ୍ଣାଟକ ଯାଉଥିଲି, ହଠାତ୍‌ ବିମାନ ୮ ହଜାର ଫୁଟ୍‌ ତଳକୁ ଖସି ଆସିଲା । ସେତେବେଳେ ଭାବିଲି ବିମାନ ଗଲା ଓ ମନରେ କୈଳାସ ମାନସରୋବର ଯାତ୍ରା କରିବାକୁ ମନସ୍ଥ କଲି । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରେ କାର୍ଯ୍ୟକର୍ତ୍ତାଙ୍କଠାରୁ ୧୦ରୁ ୧୨ ଦିନ ଛୁଟିନେଇ ମୁଁ କୈଳାସ ମାନସରୋବର ଯିବି ।

Leave A Reply