ରାହୁଲଙ୍କୁ ଅଦାଲତଙ୍କ ହାଜିରା ନୋଟିସ

0

ଥାଣେ : ଏକ ମାନହାନି ମାମଲା ଆଧାରରେ ଥାଣେସ୍ଥିତ ଏକ ଅଦାଲତ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ନୋଟିସ ଜାରି କରିଛନ୍ତି। ନୋଟିସ୍‌ରେ ରାହୁଲଙ୍କୁ ଜୁନ୍‌ ୧୨ରେ ଅଦାଲତରେ ହାଜର ହେବାକୁ ନିର୍ଦେଶ ଦିଆଯାଇଛି। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ୍‌)ର କାର୍ଯ୍ୟକର୍ତ୍ତା ରାଜେଶ କୁନ୍ତେ ୨୦୧୪ରେ ରାହୁଲଙ୍କ ବିରୋଧରେ ଦାୟର କରିଥିବା ମାନହାନି ମାମଲା ଆଧାରରେ ଭିୱାଣ୍ଡିସ୍ଥିତ ଅଦାଲତ ଏହି ନୋଟିସ ଜାରି କରିଛନ୍ତି। ଏହା ପୂର୍ବରୁ ଜାନୁଆରୀ ୧୭ରେ ଅଦାଲତ ରାହୁଲଙ୍କୁ ଏପ୍ରିଲ ୨୩ରେ ହାଜର ହେବା ଲାଗି ନୋଟିସ ଜାରି କରିଥିଲେ ;ମାତ୍ର ତାଙ୍କ ଓକିଲ ଦାୟର କରିଥିବା ଆବେଦନକୁ ଆଧାର କରି ଅଦାଲତ ବ୍ୟକ୍ତିଗତ ହାଜିରାରୁ ମୁକ୍ତ କରିଥିଲେ। ୨୦୧୪ ମାର୍ଚ୍ଚ ୬ରେ ରାହୁଲ ଏକ ନିର୍ବାଚନ ରାଲିରେ ମହାତ୍ମା ଗାନ୍ଧିଙ୍କ ହତ୍ୟା ପାଇଁ ଆରଏସଏସକୁ ଦାୟୀ କରିଥିଲେ।

Leave A Reply