ଆମେଥି ଗସ୍ତରେ ରାହୁଲ: ପରାଜୟ ପାଇଁ ସ୍ଥାନୀୟ ନେତାଙ୍କୁ ଦାୟୀ କଲେ
ଆମେଥି : କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ଉତ୍ତରପ୍ରଦେଶ ଆମେଥି ଗସ୍ତ କରିଛନ୍ତି। ଲୋକସଭା ନିର୍ବାଚନରେ ଆମେଥିରୁ ପରାଜୟ ପରେ ରାହୁଲଙ୍କ ଏହା ପ୍ରଥମ ଗସ୍ତ। ଏହି ଅବସରରେ ସେ ସ୍ଥାନୀୟ ଲୋକ ଓ ଦଳୀୟ କର୍ମୀଙ୍କୁ ଭେଟିଥିଲେ। ରାହୁଲ ନିଜର ପରାଜୟ ପାଇଁ ସ୍ଥାନୀୟ ନେତାଙ୍କୁ ଦାୟୀ କରିଥିଲେ। ପରାଜୟ ସତ୍ତ୍ବେ ସେ ଆମେଥିକୁ ଛାଡିବେ ନାହିଁ ବୋଲି କହିଛନ୍ତି।
ସେ କହିଛନ୍ତି ଯେ ଆମେଥି ମୋର ଘର ଓ ପରିବାର। ୱାୟନାଡର ସାଂସଦ ହେଲେ ମଧ୍ୟ ଆମେଥି ସହିତ ମୋର ସମ୍ପର୍କ ୩୦ବର୍ଷର ପୁରୁଣା। ତେଣୁ ଆମେଥି ପାଇଁ ଦିଲ୍ଲୀରେ ମୋର ଲଢେଇ ଜାରି ରହିବ। ଲୋକସଭା ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଆମେଥି ଆସନରେ ରାହୁଲଙ୍କୁ ୫୫ହଜାର ଭୋଟରେ ପରାସ୍ତ କରିଥିଲେ। ୨୦୧୯ ନିର୍ବାଚନ ପୂର୍ବରୁ ରାହୁଲ ୨୦୦୪ ଠାରୁ ଆମେଥିର ସାଂସଦ ରହିଥିଲେ।
Comments are closed.