www.samajalive.in
Sunday, December 7, 2025
14.1 C
Bhubaneswar

ଭିଡିଓ ସିରିଜ୍‌ରେ କେନ୍ଦ୍ରକୁ ରାହୁଲଙ୍କ ସମାଲୋଚନା : ନୋଟବନ୍ଦୀ, ତ୍ରୁଟିପୂର୍ଣ୍ଣ ଜିଏସ୍‌ଟି, ବିଫଳ ଲକ୍‌ଡାଉନ୍‌ ଅର୍ଥନୀତିକୁ ବିଧ୍ବସ୍ତ କରିଛି

ନୂଆଦିଲ୍ଲୀ : ଦେଶର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ସାମ୍ପ୍ରତିକ ସ୍ଥିତିରେ ଏବଂ ପୂର୍ବରୁ କେନ୍ଦ୍ର ସରକାର ଗ୍ରହଣ କରିଥିବା କେତେକ ଭୁଲ ନିଷ୍ପତ୍ତି ଅର୍ଥନୀତିକୁ ଏଭଳି ସ୍ଥିତିକୁ ଆଣିଥିବା​‌ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି। ଆଜି ରାହୁଲ ଜାରି କରିଥିବା ତାଙ୍କର ନୂଆ ଭିଡିଓ ସିରିଜ୍‌ ‘ଅର୍ଥବ୍ୟବସ୍ଥା କି ବାତ୍‌, ରାହୁଲ ଗାନ୍ଧୀ କେ ସାଥ୍‌’ରେ କେନ୍ଦ୍ର ସରକାରଙ୍କୁ ଢେର ସମାଲୋଚନା କରିଛନ୍ତି। ରାହୁଲ କହିଛନ୍ତି ଯେ, ନୋଟବନ୍ଦୀ, ତ୍ରୁଟିପୂର୍ଣ୍ଣ ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ଓ କ​‌ରୋନା ପାଇଁ ଲାଗୁ କରାଯାଇଥିବା ବିଫଳ ଲକ୍‌ଡାଉନ୍‌ ଦେଶର ଅର୍ଥନୀତିକୁ ବିଧ୍ବସ୍ତ କରିଛି। ​ମୋଦୀ ସରକାରଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ଉପରୋକ୍ତ ସମସ୍ତ ପଦକ୍ଷେପ ଦେଶର ଅଣସଂଗଠିତ କ୍ଷେତ୍ରକୁ ଧ୍ବଂସ କରିବା ଉର୍ଦେଶ୍ୟରେ ନିଆଯାଇଥିବା ରାହୁଲ କହିଛନ୍ତି।
ଏହି ଭିଡିଓରେ ରାହୁଲ ୨୦୦୮ରୁ ବିଶ୍ବ ମାନ୍ଦାବସ୍ଥା କଥା ମନେପକାଇ ଦେଇଛନ୍ତି। ୨୦୦୮ର ଏହି ମାନ୍ଦାବସ୍ଥା ସମୟରେ ଆମେରିକା ସମେତ ୟୁରୋପୀୟ ବ୍ୟାଙ୍କଗୁଡିକ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିଲା। ଏଥିଯୋଗୁ ଭାରତ ପ୍ରଭାବିତ ହୋଇ ନ ଥିଲା। ସେ ସମୟରେ ଉପା ସରକାର କ୍ଷମତା​‌ରେ ଥିଲେ। ତେଣୁ ଏଭଳି ମାନ୍ଦାବସ୍ଥା ଯୋଗୁ ସମଗ୍ର ବିଶ୍ବ ପ୍ରଭାବିତ ହୋଇଥିଲା। ତେବେ ଏଥିରେ କାହିଁକି ଭାରତ ଉପରେ ଏହାର କୌଣସି ପ୍ରଭାବ ପଡି ନ ଥିଲା ବୋଲି ରାହୁଲ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ପ୍ରଶ୍ନ କରିଥିବା କହିଛନ୍ତି ରାହୁଲ। ତେବେ ଏହାର ଉତ୍ତର ଥିଲା, ଦୁଇ ପ୍ରକାରର ଅର୍ଥନୀତି। ପ୍ରଥମଟି ହେଉଛି ସଂଗଠିତ ଦ୍ବିତୀୟଟି ଅଣସଂଗଠିତ ଅର୍ଥନୀତି। ପ୍ରଥମଟି ସହ କମ୍ପାନୀଗୁଡିକର ସମ୍ପୃକ୍ତିି ରହିଥିବାବେଳେ ଦ୍ବିତୀୟଟିରେ ସାଧାରଣ ଲୋକେ ଏବଂ କୃଷକ ଓ ଅନ୍ୟଗୁଡିକର ଅନ୍ତର୍ଭୁକ୍ତି ରହିଛି। ଦ୍ବିତୀୟଟି କମ୍ପାନୀଗୁଡିକଠାରୁ ପୃଥକ୍‌ ଥିବାରୁ ବିଶ୍ବର ​କୌଣସି ଆର୍ଥିକ ବିପର୍ଯ୍ୟୟ ଭାରତକୁ ଛୁଇଁପାରିବ ନାହିଁ ​ବୋଲି ରାହୁଲ କହିଛନ୍ତି। ​‌ଲକ୍‌ଡାଉନ୍‌ ପଛରେ କେନ୍ଦ୍ର ସରକାରଙ୍କର ସେଭଳି କୌଣସି ଉତ୍ତମ ଚିନ୍ତାଧାରା ରହିଥିବାର ତାହା ସେ ଅନୁଭବ କରୁ ନ ଥିବା ରାହୁଲ କହିଛନ୍ତି। ଭାରତରେ ଅଣସଂଗଠିତ କ୍ଷେତ୍ର ହିଁ ୯୦ ପ୍ରତିଶତରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାଏ। ଅଣସଂଗଠିତ କ୍ଷେତ୍ର ଭାଙ୍ଗିଗଲେ ଭାରତ ନିଯୁକ୍ତି ଯୋଗାଇ କରିପାରିବ ନାହିଁ। ଲୋକଙ୍କ ସହ ସରକାର ଠକେଇ କରି ସେମାନଙ୍କୁ ଦାସରେ ପରିଣତ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆମକୁ ଏହା ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ହେବ ବୋଲି ରାହୁଲ କହିଛନ୍ତି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories