www.samajalive.in
Monday, December 15, 2025
24.1 C
Bhubaneswar

ଚୀନ ସହ କଂଗ୍ରେସର ବୁଝାମଣା ହୋଇଛି, ଯେଉଁଥିପାଇଁ ରାହୁଲ ସେନାର ମନୋବଳ ଭାଙ୍ଗୁଛନ୍ତି: ନଡ୍ଡା

ନୂଆଦିଲ୍ଲୀ: ଚୀନ ସହିତ ସୀମା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ ଦେଶରେ ରାଜନୀତି ଥମିବାର ନାଁ ଧରୁନାହିଁ। କଂଗ୍ରେସ ପକ୍ଷରୁ ବାରମ୍ବାର ମୋଦୀ ସରକାରକୁ ଟାର୍ଗେଟ କରାଯାଉଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିଭିନ୍ନ ଅଭିଯୋଗ ଲଗାଯାଉଛି। ମୋଦୀ ଚୀନ ସମ୍ମୁଖରେ ହାତ ଟେକି ଦେଇଛନ୍ତି ବୋଲି କଂଗ୍ରେସ କହିଛି। ତେବେ ଏହାର କଡ଼ା ଜବାବ ଦେଇଛି ବିଜେପି। ଚୀନର ରାଜନୈତିକ ଦଳ ସହିତ କଂଗ୍ରେସର ଲିଙ୍କ୍‌ ରହିଛି ବୋଲି ବିଜେପି ପାଲଟା ଅଭିଯୋଗ କରିଛି। ଏଥିପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବାରମ୍ବାର ସେନାର ମନୋବଳ ଭାଙ୍ଗୁଛନ୍ତି ବୋଲି ବିଜେପି ସଭାପତି ଜେ. ପି. ନଡ୍ଡା କହିଛନ୍ତି।

ମଙ୍ଗଳବାର ନଡ୍ଡା ଟ୍ବିଟ୍‌ କରି ଲେଖିଛନ୍ତି ଯେ, ସର୍ବପ୍ରଥମେ କଂଗ୍ରେସ ଚୀନର କମ୍ୟୁନିଷ୍ଟ ପାର୍ଟି ସହିତ ବୁଝାମଣାପତ୍ର ସ୍ବାକ୍ଷର କଲା। ପରେ କଂଗ୍ରେସ ଚୀନ ନିକଟରେ ଭାରତୀୟ ଅଞ୍ଚଳକୁ ଆତ୍ମସମର୍ପଣ କରିଦେଲା। ଯେତେବେଳେ ଡୋକଲାମ ହେଲା​‌ ସେତେବେଳେ ରାହୁଲ ଗାନ୍ଧୀ ଚୀନ ଦୂତାବାସକୁ ଯାଇଥିଲେ। ଏବେ ଯେତେବେଳେ ଉତ୍ତେଜନା ସୃଷ୍ଟି ହେଲା ରାହୁଲ ଦେଶକୁ ବିଭାଜନ କରିବାକୁ ଉଦ୍ୟମ କରୁଛନ୍ତି। ରାହୁଲ ସେନାର ମନୋବଳ ହ୍ରାସ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏହା ବୁଝାମଣାର ପ୍ରଭାବି କି ବୋଲି ନଡ୍ଡା ପ୍ରଶ୍ନ କରିଛନ୍ତି।

- Advertisement -

ସୂଚନାଯୋଗ୍ୟ, ୨୦୦୮ରେ ବେଜିଂ ଅଲିମ୍ପିକ୍ସ ସମୟରେ ଯେତେବେଳେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚୀନ ଯାଇଥିଲେ, ସେତେବେଳେ କଂଗ୍ରେସ ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନା ମଧ୍ୟରେ ବୁଝାମଣା ହୋଇଥିଲା। ଏହି ବୁଝାମଣା ସି ଜିନ୍‌ପିଙ୍ଗଙ୍କ ଉପସ୍ଥିତିରେ ହୋଇଥିଲା। ବିଜେପି ବାରମ୍ବାର ଏହାକୁ ଆଧାର କରି କଂଗ୍ରେସକୁ ଘେରି ଆସୁଛି। ଗତ ସୋମବାର ନଡ୍ଡା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ କଡ଼ା ଜବାବ ଦେଇ କହିଥିଲେ, ୟୁପିଏ ସରକାର ସମୟରେ ଚୀନ ଅନେକ ଥର ଭାରତୀୟ ସୀମାରେ ଅନୁପ୍ରବେଶ କରିଥିଲା, କିନ୍ତୁ ସେତେବେଳେ ସରକାର କିଛି କରି ନ ଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories