www.samajalive.in
Monday, December 15, 2025
24.1 C
Bhubaneswar

ଏହି ବ୍ୟକ୍ତି ରଖିଛନ୍ତି ୧୨୫୭ ରେଡିଓ, ଗିନିଜ ରେକର୍ଡରେ ହେଲେ ସାମିଲ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଆମରୋହା ଜିଲା ଅନ୍ତର୍ଗତ ଗଜରାଉଲା ଗ୍ରାମ ନିବାସୀ ରାମ ସିଂହ ବୌଧ ନାମକ ଜଣେ ବ୍ୟକ୍ତି ବିଭିନ୍ନ ଡିଜାଇନ ଓ ଆକାରର ୧୨୫୭ ରେଡିଓ ରଖି ବିଶ୍ବ ରେକର୍ଡ ସୃଷ୍ଟି କରିଛନ୍ତି। ଏଥିପାଇଁ ତାଙ୍କ ନାମ ଗିନିଜ ବୁକ୍‌ ଅଫ୍ ୱାର୍ଲ୍ଡ ରେକର୍ଡ୍ସରେ ସ୍ଥାନ ପାଇଛି। ଏଥିଯୋଗୁଁ ରାମ ସିଂହଙ୍କୁ ‘ରେଡିଓ ମ୍ୟାନ୍‌’ ଆଖ୍ୟା ଦିଆଯାଇଛି। ରାମ ସିଂହ ୧୯୨୦ରୁ ୨୦୧୦ ମସିହା ମଧ୍ୟରେ ନିର୍ମିତ ରେଡିଓକୁ ସାଇତି ରଖିଛନ୍ତି। ଦେଶର ବିଭିନ୍ନ ସହର ବୁଲି ସେଠାକାର ମାର୍କେଟରୁ ସେ ଏହି ରେଡିଓ କିଣିଥିବା ରାମ ସିଂହ କହିଛନ୍ତି। କୌଣସି ରେଡିଓର ଆକାର ଓ ଡିଜାଇନ ଅନ୍ୟ ରେଡିଓ ସହ ମେଳ ଖାଉନାହିଁ। ପୂର୍ବରୁ ଏହି ରେକର୍ଡ ଏମ.ପ୍ରକାଶଙ୍କ ନାମରେ ଲିପିବଦ୍ଧ ରହିଥିଲା। ଏମ.ପ୍ରକାଶ ନିଜ ପାଖରେ ବିଭିନ୍ନ ଡିଜାଇନର ୬୨୫ଟି ରେଡିଓ ରଖିଥିଲେ। ଟିଭି, ମୋବାଇଲର ଉଦ୍ଭାବନ ପୂର୍ବରୁ ରେଡିଓ ହିଁ ମଣିଷଙ୍କ ପାଇଁ ମନୋରଞ୍ଜନର ଏକମାତ୍ର ମାଧ୍ୟମ ରହିଥିଲା। ରାମ ସିଂହଙ୍କ ଦ୍ବାରା ସ୍ଥାପିତ ଏହି ରେଡିଓ ସଂଗ୍ରହାଳୟ ବିଶ୍ବରେ ଏକମାତ୍ର ବୋଲି ସେ ଦାବି କରିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories