www.samajalive.in
Sunday, December 7, 2025
23.1 C
Bhubaneswar

କଟକ ଆସିଲେ ୧୪ ଦିନ କ୍ୱାରେଣ୍ଟିନ ବାଧ୍ୟତାମୂଳକ

କଟକ : କଟକ ସହରରେ କରୋନା ସଂକ୍ରମଣ ଉଦବେଗ ଜନକ ସ୍ଥତିରେ ପହଞ୍ଚିଛି। ସାଧାରଣ ଲୋକଙ୍କ ସମେତ ମେଡିକାଲରେ ରୋଗୀ କରୋନା ଆକ୍ରାନ୍ତ ହେବା ପରେ ଏହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। କଟକ ବଡ଼ ଡାକ୍ତରଖାନା, ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ଗବେଷଣା କେନ୍ଦ୍ର ଏବଂ ଶିଶୁ ଭବନରେ କରୋନା ରୋଗୀ ଚିହ୍ନଟ ହେବା ପରେ ସ୍ଥିତି ସଙ୍ଗୀନ ହୋଇପଡିଛି। ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି କଟକ ସହରକୁ ଆସିଲେ ୧୪ ଦିନ କ୍ୱାରେଣ୍ଟିନରେ ରହିବା ବାଧ୍ୟତାମୂଳକ କରାଯାଇଛି। କଟକ ମହାନଗର ନିଗମ ପକ୍ଷରୁ ଏ ନେଇ ନିର୍ଦେଶନାମା ଜାରି କରାଯାଇଛି।

ସେହିପରି କଟକ ଜିଲ୍ଲାର ୫ଟି ବ୍ଲକ, ନିଶ୍ଚିନ୍ତକୋଇଲି, ନରସିଂହପୁର, ମାହାଙ୍ଗା, ବଡ଼ମ୍ବା, ତିଗିରିଆରୁ କଟକ ଆସିଲେ କ୍ୱାରେଣ୍ଟିନରେ ରହିବା ବାଧ୍ୟତାମୂଳକ କରାଯାଇଛି। ତେବେ ହୋମ୍ କ୍ୱାରେଣ୍ଟିନ୍ ସୁବିଧା ନଥିଲେ ସରକାରୀ କ୍ୱାରେଣ୍ଟିନ୍‌ରେ ରହିବେ। ସେହିପରି  ୫ଟି ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, ଯାଜପୁର, ଗଜପତି,ବାଲେଶ୍ୱରରୁ କଟକ ସହରକୁ ଆସିଲେ ୧୪ ଦିନ କ୍ୱାରେଣ୍ଟିନରେ ରହିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି।

- Advertisement -

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories