ଦୁଇଟି ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ବାଲେଶ୍ବର: ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ୩ନଂ ଉତକ୍ଷେପଣ କେନ୍ଦ୍ରରୁ ରବିବାର ପୂର୍ବାହ୍ନ ୧୧ଟାରେ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘କ୍ୟୁଆର୍ଏସ୍ଏମ୍’ ସଫଳ ପରୀକ୍ଷଣ କରାଯାଇଛି । ପ୍ରଥମେ ୧ନଂ ଉତକ୍ଷେପଣ କେନ୍ଦ୍ରରୁ ବଂଶୀ କ୍ଷେପଣାସ୍ତ୍ରରୁ ପୂର୍ବାହ୍ନ ୧୦ଟା ୫୦ରେ ଉତ୍କ୍ଷେପଣ ପରେ ଦ୍ବିତୀୟ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘କ୍ୟୁଆର୍ଏସ୍ଏମ୍’ ସଫଳ ଭାବେ ଲକ୍ଷ୍ୟ ଭେଦ କରିଥିଲା। ଏହାର ଲକ୍ଷ୍ୟଭେଦ କ୍ଷମତା ୩୦ କିଲୋମିଟର ରହିଛି । ଏହି ପରୀକ୍ଷା ଷଷ୍ଠଥର ପାଇଁ କାନିଷ୍ଠର ଭରସନ୍ରୁ କରାଯାଇଛି । ଶତ୍ରୁପକ୍ଷର ଟ୍ୟାଙ୍କ, ଯୁଦ୍ଧ ବିମାନ ଓ ଏୟାରକ୍ରାଫ୍ଟକୁ ଟାର୍ଗେଟ୍ କରିବା କ୍ଷମତା ରହିଛି । ଏହି ସଫଳତା ପରେ ସେଠାରେ ଉପସ୍ଥିତ ଡିଆରଡିଏ ର ବୈଜ୍ଞାନିକମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଥିବା ଜଣାପଡିଛି ।
Comments are closed.