www.samajalive.in
Monday, December 15, 2025
14.1 C
Bhubaneswar

ପୂର୍ବାଞ୍ଚଳ ତ୍ବରିତ ରାଜପଥ ଉଦ୍‌ଘାଟିତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩୪୧ କିମି ଲମ୍ବା ପୂର୍ବାଞ୍ଚଳ ତ୍ବରିତ ରାଜପଥ(ଏକ୍ସପ୍ରେସ ୱେ)ର ଉଦ୍‌ଘାଟନ କରିଛନ୍ତି। ଲକ୍ଷ୍ନୌରୁ ଗାଜିପୁର ପର୍ଯ୍ୟନ୍ତ ଲମ୍ବିଛି ଏହି ୬ ଲେନ୍‌ ବିଶିଷ୍ଟ ତ୍ବରିତ ରାଜପଥ। ପ୍ରଥମେ ବାୟୁସେନାର ସି-୧୩୦ଜେ ହର୍କୁଲେସ୍‌ ବିମାନରେ ଆସି ତ୍ବରିତ ରାଜପଥର କରୱାଲଖେରିର ଅବତରଣ କରିଥିଲେ ମୋଦୀ। ଏହାପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ମଞ୍ଚ ଯାଏ ପାଛୋଟି ନେଇଥିଲେ।

- Advertisement -

୨୦୧୮ ମସିହା ଜୁଲାଇ ମାସରେ ମୋଦୀ ଏହି ତ୍ବରିତ ରାଜପଥର ଶିଳାନ୍ୟାସ କରିଥିଲେ। ୧୯ ମାସର କରୋନା କାଳ ପରେ ମଧ୍ୟ ୩୪୧ କିମି ଲମ୍ବା ଏହି ତ୍ବରିତ ରାଜପଥ ୩୬ ମାସରେ ନିର୍ମାଣ ହୋଇଛି। ଏହା ରାଜ୍ୟର ରାଜଧାନୀ ଲକ୍ଷ୍ନୌରୁ ପୂର୍ବ ଉତ୍ତରପ୍ରଦେଶକୁ ଯୋଡ଼ିବ। ଏହାଦ୍ବାରା ପୂର୍ବ ୟୁପିର ୬ ଜିଲା ସମେତ ବିହାର ଲୋକମାନେ ମଧ୍ୟ ଉପକୃତ ହେବେ।

 

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories