www.samajalive.in
Sunday, December 7, 2025
23.1 C
Bhubaneswar

ଆଜି ପୂର୍ଣ୍ଣିମା ; ନିଶ୍ଚୟ କରନ୍ତୁ ଏହି ଉପାୟ

ଆଜି ହେଉଛି ପବିତ୍ର ଶରତ ପୂର୍ଣ୍ଣିମା (କୁମାର ପୂର୍ଣ୍ଣିମା)। ଶରତ ଋତୁରେ ଏହା ପଡ଼ୁଥିବାରୁ କେତେକ ସ୍ଥାନରେ ଏହାକୁ ଶରତ ପୂର୍ଣ୍ଣମା ମଧ୍ୟ କୁହାଯାଏ।ଏହିଦିନରେ ମନ୍ଦିରମାନଙ୍କରେ ବିଶେଷ ପୂଜାର୍ଚ୍ଚନା କରାଯାଏ। ମାନ୍ୟତା ଅନୁଯାୟୀ ଏହି ଦିନ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଥାଏ ଓ ଦେବତାଙ୍କ ବିଶେଷ କୃପା ମିଳିବା ସହ ସ୍ୱର୍ଗରୁ ଅମୃତ ବର୍ଷା ହୋଇଥାଏ। ମା’ଲକ୍ଷ୍ମୀଙ୍କ ମଧ୍ୟ କୃପା ଓ ଆଶୀର୍ବାଦ ମିଳିଥାଏ।ଧାର୍ମିକ ମତାନୁଯାୟୀ ଏହି ତିଥି ଖୁବ ମହତ୍ତ୍ୱପୂର୍ଣ୍ଣ। କୁହାଯାଏ ଶରତ ପୂର୍ଣ୍ଣିମାରେ ରାତିରେ କିଛି ଏପରି ଉପାୟ ରହିଛି ଯାହାକୁ ପାଳନ କରିବା ଦ୍ୱାରା ଘରେ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ। ଜାଣନ୍ତୁ……..
ଏହି ଦିନ ରାତିରେ ଉଜାଗର ରୁହନ୍ତୁ। ଏହାସହ ଖିରୀ ପ୍ରସ୍ତୁତ କରି ଏକ ପାତ୍ରରେ ସାରା ରାତି ଚନ୍ଦ୍ରମାଙ୍କ କିରଣରେ ରଖନ୍ତୁ। ଏହିଦିନ ଚନ୍ଦ୍ରମାରୁ ଅମୃତ ବର୍ଷା ହୋଇଥାଏ ବୋଲି କୁହାଯାଏ। ତେଣୁ ରାତି ଯାକ ଏହି ଖିରୀ ରଖିବା ଖୁବ ଶୁଭ ଓ ଘରେ ଧନସମ୍ପତ୍ତି ଆଦି ବୃଦ୍ଧି ହୋଇଥାଏ।
ଏହିଦିନ ରାତିରେ ଉଜାଗର ରହିବା ସହ ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କ ନାମ ସ୍ମରଣ କରନ୍ତୁ। ରାତି ସାରା ଛାତରେ ରଖିଥିବା ଖିରୀକୁ ନିଶ୍ଚୟ ସେବନ କରନ୍ତୁ।
ଏହିଦିନ ମା’ଲକ୍ଷ୍ମୀଙ୍କ ପୂଜା କରିବା ଦ୍ୱାରା ସମସ୍ତ କରଜରୁ ମୁକ୍ତି ମିଳିଥାଏ। ଏହିଦିନ ଶ୍ରୀସୁକ୍ତମ ପାଠ, ବିଷ୍ଣୁ ସହସ୍ରନାମ ଆଦି ଜପ କରନ୍ତୁ ଅଥବା ଶୁଣନ୍ତୁ।
ଏହି ପୂର୍ଣ୍ଣିମା ଦିନ ମା’ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ସହ ମା’ଲକ୍ଷ୍ମୀଙ୍କ ମନ୍ତ୍ର ମଧ୍ୟ ଜପ କରନ୍ତୁ। ତୁଳସୀଙ୍କ ନିକଟରେ ଭୋଗ, ଧୂପ, ଦୀପ, ଜଳ ନିଶ୍ଚୟ ଅର୍ପଣ କରନ୍ତୁ।
ମା’ଲକ୍ଷ୍ମୀଙ୍କୁ ଗୁଆ ଖୁବ ପ୍ରିୟ। ଏହିଦିନ ମା’ଙ୍କ ନିକଟରେ ଗୁଆ ରଖି ପୂଜା କରନ୍ତୁ। ପୂଜା ପରେ ଏଥିରେ ଲାଲ ରେଶମୀ ସୂତା ଗୁଡ଼ାଇ, ଅକ୍ଷତ,କୁଙ୍କୁମ, ପୁଷ୍ପ ଦ୍ୱାରା ପୂଜା କରି ଆଲମିରାରେ ରଖନ୍ତୁ। ଧନର ଆଦୌ ଅଭାବ ରହିବ ନାହିଁ।
ଏହିଦିନ ଚନ୍ଦ୍ରମାଙ୍କ ରଶ୍ମି ସମୟରେ ଅର୍ଥାତ ସନ୍ଧ୍ୟା ସମୟରେ ମା’ଲକ୍ଷ୍ମୀଙ୍କ ପୂଜା କରିବା ଦ୍ୱାରା ବ୍ୟକ୍ତିଙ୍କୁ ଧନ ଲାଭ ହୋଇଥାଏ।
ଏହାସହ ଏହିଦିନ ପ୍ରଭୁ ହନୁମାନଙ୍କ ନିକଟରେ ଚାରିମୁଖ ଦୀପ ଲଗାନ୍ତୁ।
ଧାର୍ମିକ ମାନ୍ୟତା ଅନୁଯାୟୀ ଏହି ଦିନ ଚନ୍ଦ୍ରମା ଷୋହଳ କଳାରେ ପୂର୍ଣ୍ଣ ହୋଇ ଅମୃତ ବର୍ଷା କରିଥାଆନ୍ତି। ଏହି ପୂର୍ଣ୍ଣିମା ଦିନ ସାରା ରାତି ଚନ୍ଦ୍ରମାଙ୍କ କିରଣରେ ଖିରୀ ରଖି ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ। ସାରା ରାତି ଚନ୍ଦ୍ରମାଙ୍କ କିରଣରେ ଖିରୀ ରଖିବାର ଧାର୍ମିକ ସହ ବୈଜ୍ଞାନିକ ମହତ୍ତ୍ୱ ମଧ୍ୟ ରହିଛି।
ଖିରୀରେ ଖିର, ଚାଉଳ ମିଶ୍ରିତ ହୋଇ ପ୍ରସ୍ତୁତ ହୋଇଥାଏ। ଖିରରେ ଏକ ପ୍ରକାର ଏପରି ପଦାର୍ଥ ରହିଛି ଯାହା ଚନ୍ଦ୍ରମାଙ୍କ କିରଣରୁ ଅଧିକ ମାତ୍ରାରେ ଶକ୍ତି ଶୋଷଣ କରିଥାଏ। ଚାଉଳରେ ଥିବା ଏକ ପ୍ରକାର ପ୍ରଦାର୍ଥ ମଧ୍ୟ ଚନ୍ଦ୍ରଙ୍କ କିରଣରୁ ଶକ୍ତି ଶୋଷଣ କରିଥାଏ। ବୈଜ୍ଞାନିକଙ୍କ ମତରେ ଏହି ଖିରୀ ସେବନ କରିବା ଦ୍ୱାରା ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏ।
ଆଜମା ରୋଗୀଙ୍କ ପାଇଁ ଏହି ଖିରୀ ଖୁବ ଉପକାରୀ। ରାତି ସାରା ଖିରୀ ରହିବା ପରେ ଭୋର ସମୟରେ ଏହି ରୋଗୀ ଖିରୀ ସେବନ କରିବା ଉଚିତ।
ଶରତ ପୂର୍ଣ୍ଣିମାର ମହତ୍ତ୍ୱ –
ଏହି ଦିନ ସକାଳୁ ସ୍ନାନ କରି ବ୍ରତ ରଖି ରଖାଯାଏ। ନିଜ ସନ୍ତାନ ମାନଙ୍କ ମଙ୍ଗଳ କାମନା କରି ଦେବୀଦେବତାଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଏ।
ଏହି ପୂର୍ଣ୍ଣିମା ଦିନ ଚନ୍ଦ୍ରମା ପୃଥିବୀର ଖୁବ ନିକଟତର ହୋଇଥାଆନ୍ତି। ଏହିଦିନ ଶରୀରରେ ଚନ୍ଦ୍ରମାଙ୍କ କିରଣ ପଡ଼ିଲେ ଏହାକୁ ଖୁବ ଶଭୁଫଳ ପ୍ରଦାନ କରିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି।
ଏହି ଶରତ ପୂର୍ଣ୍ଣିମା ଦିନ ଭଗବାନ ଶିବଶଙ୍କର ମା’ପାର୍ବତୀ, କାର୍ତ୍ତିକେୟ, ତୁଳସୀ ଚଉରା, ମା’ ଗଜଲକ୍ଷ୍ମୀଙ୍କୁ ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଏ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories