www.samajalive.in
Saturday, December 6, 2025
16.1 C
Bhubaneswar

ସଜେଇ ହେଉଛି ଶ୍ରୀକ୍ଷେତ୍ର: ଆଜି ଆଜ୍ଞାମାଳ ବିଜେ, ସିଂହଦ୍ବାର ଆସିବ ତିନିରଥ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିରରୁ ଆଜି ରଥଖଳାକୁ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଆଜ୍ଞାମାଳ ପାଇବା ପରେ ତିନିରଥ ଟଣାଯାଇ ସିଂହଦ୍ବାର ସମ୍ମୁଖକୁ ନିଆଯିବ। ଶନିବାର ପଟ୍ଟିଦିଅଁଙ୍କ ସକାଳ ଧୂପ ଶେଷ ହେବା ପରେ ୩ଜଣ ପୂଜାପଣ୍ଡା ସେବକ ତିନୋଟି ଆଜ୍ଞାମାଳ ସହ ଶୋଭାଯାତ୍ରାରେ ରଥଖଳାକୁ ଯିବେ। ରଥଯାତ୍ରା ପାଇଁ ନିର୍ମାଣ କରାଯାଇଥିବା ରଥଗୁଡ଼ିକରେ ଆଜ୍ଞାମାଳ ଲାଗି କରାଯିବ। ଦାରୁବ୍ରହ୍ମ ଅନବସର ଘରେ ଥିବାରୁ ପଟ୍ଟିଦିଅଁଙ୍କଠାରୁ ଆଜ୍ଞାମାଳ ନେଇ ରଥ ଗୁଡ଼ିକୁ ଟଣାଯାଇ ସିଂହଦ୍ବାର ସମ୍ମୁଖକୁ ନିଆଯିବ। ଆଜି ସକାଳ ୮ଟା ୪୫ରେ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହେବା କାର୍ଯ୍ୟକ୍ରମ ରହିଛି। ୧୯୭୧ରେ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଏବଂ ଶ୍ରୀଗୁଣ୍ଡିଚା ଯାତ୍ରା ହୋଇଥିବାରୁ ଏଭଳି ନୀତି ପାଳନ କରାଯାଇଥିଲା। ଚଳିତ ବର୍ଷ ରବିବାର ଗୋଟିଏ ଦିନରେ ଶ୍ରୀଜୀଉଙ୍କ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଏବଂ ଶ୍ରୀଗୁଣ୍ଡିଚା ଅନୁଷ୍ଠିତ ହେବ। ପଟ୍ଟିଦିଅଁଙ୍କ ଠାରୁ ଆଜ୍ଞାମାଳ ନେଇ ତିନିରଥ ସିଂହଦ୍ବାର ସମ୍ମୁଖକୁ ନିଆଯିବ। ରବିବାର ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ଶ୍ରୀସୁଦର୍ଶନ ରଥରେ ବିଜେ କରିବେ। ସେ ଦିନ ସକାଳେ ରଥ ପ୍ରତିଷ୍ଠା କରାଯିବ। ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ନବଦିନ ବ୍ୟାପି ରଥଯାତ୍ରା କରିବେ ଦାରୁବ୍ରହ୍ମ। ଶ୍ରୀଜଗନ୍ନାଥ ମନ୍ଦିରରୁ ଯାଇ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ବିଜେ କରିବେ।

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories