www.samajalive.in
Saturday, December 6, 2025
23.1 C
Bhubaneswar

ଏନଏସି ଅଫିସରେ ବିଭିନ୍ନ ଯୋଜନାର ସମୀକ୍ଷା କଲେ ବିଧାୟକ ଲକ୍ଷ୍ମଣ ବାଗ୍‍

କଣ୍ଟାବାଞ୍ଜି: ଏନଏସି କାର୍ଯ୍ୟାଳୟରେ ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ୍‍ । ଏନଏସି ଅଫିସ ପହଞ୍ଚିଲା ପରେ ସେଠାରେ ତାଙ୍କୁ ଭାବ୍ୟ ସ୍ଵାଗତ କରାଯାଇ ବୈଠକ ଆରମ୍ଭ କରାଯାଇଥିଲା । କଣ୍ଟାବାଞ୍ଜି ଅଞ୍ଚଳରେ ଦେଖା ଯାଉଥିବା ସମସ୍ୟା କେମିତି ଦୂର କରାଯିବ । ଅଞ୍ଚଳର ବିକାଶ କେମିତି ହେବ, ଏଠି ସମସ୍ତେ କେମିତି ଏକଜୁଟ ହୋଇ ସେ ଦିଗ ଉପରେ କାମ କରିବା ବୋଲି ବିଧାୟକ ମତବ୍ୟକ୍ତ କରିଥିଲେ । ନିର୍ବାହୀ ଅଧିକାରୀ ପୁରୀ ରଥଯାତ୍ରା ଡ୍ୟୁଟି ପାଇ ଯାଇଥିବା ଯୋଗୁଁ ସେ ଉପସ୍ଥିତ ନଥିବା ଦ୍ଵାରା ଅନେକ ଗୁରୁତ୍ଵପୂର୍ଣ ବିଷୟରେ ଆଲୋଚନା ହୋଇପାରିଲା ନାହିଁ । କାର‌୍ୟ୍ୟନିର୍ବାହୀ ଅଧିକାରୀ ନିଜ ମନ ମୁତାବକ କାମ କରୁଥିବା ବିଭିନ୍ନ ୱାର୍ଡର କାଉନସିଲର ମାନେ ଅଭିଯୋଗ କରିବା ସହ ନିନ୍ଦା ପ୍ରସ୍ତାବ କରିଥିଲେ । କାଉନସିଲର ସୂର‌୍ୟ୍ୟପ୍ରତାପ ମିଶ୍ର , ଅଶୋକ ବଂଶଳ , ମନୀଷ ଅଗ୍ରୱାଲ , ବିକାଶ ତରିଆ , ନୀଳକଣ୍ଠ ସଥପଥି , ହେମାନୀ ଜଗତ , ଯାଜ୍ଞସେନୀ ନାଗ , ବେଦକାନ୍ତି ପନିକା , ଲଲିତ ଅଗ୍ରୱାଲ , ପିଙ୍କି ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories