www.samajalive.in
Friday, December 5, 2025
27.1 C
Bhubaneswar

ଓଡିଶା ଆସିବେ ୫ ମହାବଳ ବାଘ

ଭୁବନେଶ୍ୱର : ଓଡ଼ିଶା ଅଣାଯିବ ୫ ମହାବଳ ବାଘ। ଦେବ୍ରିଗଡ଼ ଅଭୟାରଣ୍ୟରେ ୩ଟି ଓ ଶିମିଳିପାଳ ଅଭୟାରଣ୍ୟରେ ୨ଟି ମହାବଳ ବାଘ ଛଡ଼ାଯିବ। ଅଗଷ୍ଟ ୩୧ ସୁଦ୍ଧା ଦେବ୍ରିଗଡ଼ ଅଭୟାରଣ୍ୟ ପାଇଁ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରୁ ୩ଟି ମହାବଳ ବାଘ ଅଣାଯିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସେହିପରି ଅକ୍ଟୋବର ୩୧ ସୁଦ୍ଧା ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପାଇଁ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରୁ ୨ଟି ମହାବଳ ବାଘ ଅଣାଯିବ ବୋଲି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି। ସରକାର ରାଜ୍ୟର ବିଭିନ୍ନ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ କେନ୍ଦ୍ର ସରକାରଙ୍କ ବନ୍ୟଜନ୍ତୁ ଅଦଳବଦଳ ନିୟମ ଅନୁଯାୟୀ ରାଜ୍ୟ ସରକାର ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରୁ ମୋଟ ୫ଟି ମହାବଳ ବାଘ ଆଣିବେ। ରାଜ୍ୟରେ ଥିବା ବିଭିନ୍ନ ଅଭୟାରଣ୍ୟ, ଚିଡ଼ିଆଖାନା, ସଂରକ୍ଷିତ ଜଙ୍ଗଲରେ ଥିବା ବନ୍ୟଜନ୍ତୁଙ୍କୁ ଅଦଳ ବଦଳ କରାଯାଉଛି। ଏହାଦ୍ବାରା ବିଭିନ୍ନ ସ୍ଥାନରେ ବନ୍ୟଜନ୍ତୁ ବଂଶ ବୃଦ୍ଧି ହେବା ସହିତ ପରିବେଶ ସନ୍ତୁଳନ ରକ୍ଷା ଦିଗରେ ମଧ୍ୟ ଏହା ସହାୟକ ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ସୂଚନାଯୋଗ୍ୟ, ରାଜ୍ୟର ବିଭିନ୍ନ ପ୍ରାଣୀ ଉଦ୍ୟାନ, ଚିଡିଆଖାନା ଓ ସଂରକ୍ଷିତ ଜଙ୍ଗଲରେ ମଧ୍ୟ ବନ୍ୟଜନ୍ତୁ ଅଦଳବଦଳ କରିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହିକ୍ରମରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ୫୦ଟି ମାଈ ଏବଂ ୫୦ ଅଣ୍ଡିରା ହରିଣଙ୍କୁ ଢ଼େଙ୍କାନାଳର ଖଣ୍ଡାଧାର ସଂରକ୍ଷିତ ଜଙ୍ଗଲକୁ ସ୍ଥାନାନ୍ତରିତ କରାଯିବ। ନନ୍ଦନକାନନରୁ ୭୫ଟି ଅଣ୍ଡିରା ଏବଂ ୧୨୫ଟି ମାଈ ହରିଣଙ୍କୁ ସାତକୋଶିଆ ଅଭୟାରଣ୍ୟରେ ଛଡ଼ାଯିବାକୁ ଯୋଜନା କରାଯାଇଥିବା ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଶ୍ରୀ ନନ୍ଦ ସୂଚନା ଦେଇଛନ୍ତି। କ୍ୟାମେରା ଟ୍ରାପ ଜରିଆରେ ରାଜ୍ୟର ପ୍ରଥମ ବାଘ ଗଣନା ରିପୋର୍ଟରେ ରାଜ୍ୟରେ ୩୦ଟି ମହାବଳ ଓ ୮ଟି ଶାବକ ଥିବା ଜଣାପଡିଛି। ସେଥିରୁ ଶିମିଳିପାଳରେ ୨୭ଟି ବାଘ ସହ ୮ ଶାବକ ଥିବା ବେଳେ କେନ୍ଦୁଝର, ପାରଳାଖେମୁଣ୍ଡି ଓ ହୀରାକୁଦ ବନଖଣ୍ଡରେ ଗୋଟିଏ ଲେଖାଏଁ ମହାବଳଙ୍କ ଉପସ୍ଥିତି ସ୍ପଷ୍ଟ ହୋଇଛି। ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରୁ ୫ ମହାବଳ ବାଘ ଆସିବା ପରେ ରାଜ୍ୟର ବାଘ ସଂଖ୍ୟା ୩୫କୁ ବୃଦ୍ଧି ପାଇବ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories