ପୁରୀ: ପୁରୀରେ ସମୁଦ୍ରରେ ଗାଧୋଇବା ବେଳେ ଆଜି ଜଣେ ଇଞ୍ଜିନିଅରିଂ ଛାତ୍ର ନିଖୋଜ ହୋଇ ଯାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନିଖୋଜ ଛାତ୍ର ପଶ୍ଚିମବଙ୍ଗର ଅର୍ବାଜ୍ ହୁସେନ କାଦ୍ରି (୨୩) ବୋଲି ଜଣାପଡିଛି। ଭାସିଯିବା ବେଳେ ଉଦ୍ଧାର ହୋଇଥିବା ଦୁଇ ଜଣ ହେଉଛନ୍ତି ଭଦ୍ରକର ରହେଶ କୁମାର ସିଂହ ଓ ଅନୁଗୁଳର ଓମ୍ ପ୍ରସାଦ ଯାଦବ।
ତିନି ଜଣ ଏକାଠି ପୁରୀ ବତୀ ଘର ନିକଟସ୍ତ ସମୁଦ୍ର ମଧ୍ୟକୁ ଗାଧୋଇବାକୁ ଯାଇଥିବା ବେଳେ ଭାସି ଯାଇଥିଲେ। ସେଠାରେ ମୁତୟନ ହୋଇଥିବା ଲାଇଫ ଗାର୍ଡ ଦୁଇ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଜଣେ ନିଖୋଜ ଅଛନ୍ତି। ସମ୍ପୃକ୍ତ ଯୁବକମାନେ ଭୁବନେଶ୍ଵରକୁ ପରୀକ୍ଷା ଦେବାକୁ ଆସିଥିଲେ। ପରୀକ୍ଷା ଶେଷ ହେବା ପରେ ପୂରୀ ଆସି ସମୁଦ୍ରରେ ଗାଧୋଇବା ବେଳେ ଏଭଳି ଅଘଟଣ ଘଟିଛି।



