www.samajalive.in
Sunday, December 14, 2025
19.1 C
Bhubaneswar

ବିଶ୍ବସ୍ତରୀୟ ପୁରୀ ରେଳ ଷ୍ଟେସନ ପୁନଃନିର୍ମାଣ ବିଳମ୍ବ

ପୁରୀ: କେବେ ସରିବ ପୁରୀ ରେଳ ଷ୍ଟେସନ ପୁନଃନିର୍ମାଣ କାର୍ଯ୍ୟ ? ରେଳ ଯାତ୍ରୀଙ୍କୁ ମିଳିବ ବିଶ୍ବସ୍ତରୀୟ ସୁବିଧା। ନିର୍ମାଣ କାର୍ଯ୍ୟରେ ବିଳମ୍ବ ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ରେଳଯାତ୍ରୀ ମୌଳିକ ସୁବିଧା ନପାଇ ନାହିଁ ନଥିବା ଦୁର୍ଦଶା ଭୋଗୁଛନ୍ତି। କେନ୍ଦ୍ର ରେଳମନ୍ତ୍ରୀଙ୍କ ସମେତ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ସମୀକ୍ଷା ସତ୍ତ୍ୱେ ନିର୍ମାଣ କାର୍ଯ୍ୟରେ ସନ୍ତୋଷଜନକ ଅଗ୍ରଗତି ହୋଇପାରିନାହିଁ। ନିର୍ଦ୍ଧାରିତ ସମୟରେ ରେଳ ଷ୍ଟେସନ ପୁନଃନିର୍ମାଣ କାର୍ଯ୍ୟ ଶେଷ କରିବାରେ ଠିକାଦାର ସଂସ୍ଥା ବିଫଳ ହୋଇଛି। ଏହାସତ୍ତ୍ୱେ ଠିକାଦାରଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। କେବେ କାର୍ଯ୍ୟକ୍ଷମ ହେବ ପୁରୀରେ ବିଶ୍ବସ୍ତରୀୟ ରେଳ ଷ୍ଟେସନ ସେଥିନେଇ ଅନିଶ୍ଚିତତା ଦେଖାଦେଇଛି। ପୁରୀ ରେଳ ଷ୍ଟେସନକୁ ବିଶ୍ବସ୍ତରୀୟ କରିବା ପାଇଁ ୨୦୨୧- ୨୨ ଆର୍ଥିକ ବର୍ଷରେ ଅମୃତ ଭାରତ ଯୋଜନାରେ ୧୬୧.୫ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ପରେ ଏହି ବ୍ୟୟ ଅଟକଳ ୧୭୭ କୋଟି ୪୧ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିଲା।

୨୦୨୩ ମେ ୧୮ ତାରିଖରେ ପ୍ରଧାନମନ୍ତ୍ରୀ ଏଥିପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଦୁଇବର୍ଷ ମଧ୍ୟରେ ଏହି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଘୋଷଣା କରାଯାଇଥିଲା। ଏହି ଯୋଜନାରେ ପୁରୀ ରେଳ ଷ୍ଟେସନକୁ ଶୀତତାପ ନିୟନ୍ତ୍ରିତ କରିବା ସହ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ଚାରିତାଲା ବିଶିଷ୍ଟ କୋଠା ନିର୍ମାଣ କରାଯାଉଛି। ସେଥିରେ ଅତ୍ୟାଧୁନିକ ଓ ଆରାମଦାୟକ ବିଶ୍ରାମ ଗୃହ, ଯାତ୍ରୀ ପ୍ରତୀକ୍ଷାଳୟ, ଫୁଡ୍ କୋର୍ଟ, ଟିକଟ ବିକ୍ରୟ କେନ୍ଦ୍ର, ଜିନିଷ ରଖିବା ଘର, ବ୍ୟବସାୟିକ ଅଞ୍ଚଳ, ଉନ୍ନତ ପ୍ଲାଟଫର୍ମ, କର୍ମଚାରୀ ବିଶ୍ରାମ ଗୃହ, ଉନ୍ନତ ଗାଡ଼ି ପାର୍କିଂ, ଲିଫ୍ଟ, ସୁଦୃଶ୍ୟ ତୋରଣ ଆଦି ନିର୍ମାଣ କରାଯାଉଛି। ଏହାଛଡ଼ା ଏକ ଷ୍ଟେସନ – ଏକ ଉତ୍ପାଦ ବିକ୍ରୟ କେନ୍ଦ୍ର ନିର୍ମାଣ ହେଉଛି। ଏହା କାର୍ଯ୍ୟକ୍ଷମ ହେଲେ ପୁରୀବାସୀଙ୍କ ବହୁ ବର୍ଷର ଦାବି ଓ ସ୍ବପ୍ନ ସାକାର ହେବ।

- Advertisement -

ରେଳ ଷ୍ଟେସନ ପୁନଃନିର୍ମାଣ ପାଇଁ ପୁରୁଣା କୋଠା ଭାଙ୍ଗି ଦିଆଯାଉଛି। ଷ୍ଟେସନ ପରିସରରେ ଅସ୍ଥାୟୀ ଟିକଟ ବିକ୍ରି ଗୃହ, ଜିନିଷ ରଖିବା ଘର, ରେଳବାଇ ପୁଲିସ ଥାନା ପ୍ରସ୍ତୁତ କରାଯାଇଛି। ରେଳଯାତ୍ରୀ ଟିକଟ ବିକ୍ରୟ କେନ୍ଦ୍ର ସମ୍ମୁଖ ଚଟାଣରେ ବିଶ୍ରାମ କରୁଛନ୍ତି। ଶୌଚାଳୟ ଓ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହେଉଛି। କିନ୍ତୁ ନିର୍ମାଣ କାର୍ଯ୍ୟ ଶେଷ ହେବାର ନାଁ ଧରୁନାହିଁ। ଠିକାଦାରଙ୍କୁ ସନ୍ତୁଷ୍ଟ କରିବା ପାଇଁ ନିର୍ମାଣ ଅବଧି ବାରମ୍ବାର ବୃଦ୍ଧି କରାଯାଉଛି। ନିର୍ମାଣ କାର୍ଯ୍ୟର ଗୁଣାତ୍ମକ ମାନ ନେଇ ମଧ୍ୟ ପ୍ରଶ୍ନ ସୃଷ୍ଟି ହୋଇଛି। ରେଳ ଷ୍ଟେସନ ନିର୍ମାଣ ବିଳମ୍ବ ନେଇ କେତେକ ବ୍ୟକ୍ତି ଏକ୍ସ ଯୋଗେ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ଅଭିଯୋଗ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଖୋର୍ଦ୍ଧା ରେଳ ପ୍ରବନ୍ଧକଙ୍କୁ ନିର୍ଦେଶ ଦିଆଯାଇଛି। ରେଳ ଷ୍ଟେସନ ପୁନଃନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଶେଷ କରାଯିବାକୁ ସ୍ଥାନୀୟ ଅଧିବାସୀ ଦାବି କରିଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories