ଖୋର୍ଦ୍ଧା: ସୀମା ବିବାଦକୁ ନେଇ ଦୁଇ ଗାଁ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଫଳରେ ଆଜି ପୁଣି ଥରେ ଗାଁରେ ୧୬୩ ଧାରା ଲାଗୁ ହୋଇଛି । ଖୋର୍ଦ୍ଧା ଜିଲା ବାଘମାରୀ ଥାନାର ଓସ୍ତପୁର-କୋଟପଲା ଗାଁରେ ୧୬୩ ଧାରା ଲାଗୁ କରିଛି ପ୍ରଶାସନ । ବୁଧବାର ସୀମା ବିବାଦକୁ ନେଇ ଦୁଇ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ । ଦୁଇ ଗାଁ ମଧ୍ୟରେ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା । ବିବାଦୀୟ ସ୍ଥାନରେ ପ୍ରାୟ ୧୦ଦୋକାନକୁ ଦୁର୍ବୃତ୍ତ ଜାଳି ଦେବା ସହ କେତେକ ଦୋକାନରୁ ଲୁଟପାଟ କରିଥିଲେ । ଦୀର୍ଘ ସମୟ ଧରି ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ଢେଲା, ପଥର, କାଚ ଓ ବୋତଲ ମାଡରେ ରାସ୍ତା ରଣକ୍ଷେତ୍ର ପାଲଟିଥିଲା ।
ସୂଚନା ପାଇ ଖୋର୍ଦ୍ଧା ଏସପିଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଆଜି ପୁଣି ଉତ୍ତେଜନା ଦେଖା ଦେବା ପରେ ୧୬୩ ଧାରା ଲାଗୁ କରାଯାଇଛି । ସୁରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି । ଗାଁ ନାମ ଫଳକ ଲାଗିବାକୁ ନେଇ ଏପରି ବିବାଦ ବର୍ଷ ବର୍ଷ ଧରି ଲାଗି ରହିଛି । ରାସ୍ତାର ଦୁଇ ପାଶ୍ୱର୍ରେ ଉଭୟ ଗାଁ ରହିଥିଲେ ମଧ୍ୟ ଗାଁର ନାମ ଫଳକ ଲାଗିବାକୁ ନେଇ ବିବାଦ ଦେଖାଦେଇଛି ।



