www.samajalive.in
Friday, December 5, 2025
23.1 C
Bhubaneswar

ସୀମା ବିବାଦରୁ ପୁଣି ଦୁଇ ଗାଁ ସଂଘର୍ଷ

ଖୋର୍ଦ୍ଧା/ବେଗୁନିଆ: ବିବାଦୀୟ ସ୍ଥାନରେ ଲାଗୁ ହୋଇଥିବା ଧାରା ୧୬୩ ପ୍ରତ୍ୟାହୃତ ପରେ ପୁଣି ସୀମା ବିବାଦକୁ ନେଇ ସିମର ବାଙ୍କୀ ମୁଖ୍ୟ ରାସ୍ତାରେ ଓସ୍ତପୁର ଏବଂ କୋଟପଲା ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି। ଦୁଇ ଗାଁ ମଧ୍ୟରେ ଗଣ୍ଡଗୋଳ ଉଗ୍ରରୂପ ନେଇଛି। ବିବାଦୀୟ ସ୍ଥାନରେ ପ୍ରାୟ ୧୦ ଦୋକାନକୁ ଦୁର୍ବୃତ୍ତ ଜାଳି ଦେଇଛନ୍ତି। କେତେକ ଦୋକାନରୁ ଲୁଟ୍‌ପାଟ୍‌ ହୋଇଛି। ଦୀର୍ଘ ସମୟ ଧରି ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ‌େ‌ଢଲା, କାଚ ଓ ବୋତଲ ମାଡ଼ରେ ରାସ୍ତା ରଣକ୍ଷେତ୍ର ପାଲଟି ଥିଲା। ଖବରପାଇ ଖୋର୍ଦ୍ଧା ଏସ୍‌ପି ବିବେକାନନ୍ଦ ଶର୍ମାଙ୍କ ନେତୃତ୍ୱରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଅତିରିକ୍ତ ଜିଲାପାଳ ରାଜସ୍ବ ସାଫଲ୍ୟ ମଣ୍ଡିତ ପ୍ରଧାନ ଘଟଣାସ୍ଥଳ ପରିଦର୍ଶନ କରି ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଗାଁ ନାମ ଫଳକ ଲାଗିବାକୁ ନେଇ ଏପରି ବିବାଦ ବର୍ଷ ବର୍ଷ ଧରି ଲାଗି ରହିଛି। ରାସ୍ତାର ଦୁଇ ପାର୍ଶ୍ୱରେ ଉଭୟ ଗାଁ ରହିଥିଲେ ମଧ୍ୟ ଗାଁର ନାମ ଫଳକ ଲାଗିବାକୁ ନେଇ ବିବାଦ ଦେଖାଦେଇଛି। ମଙ୍ଗଳବାର ରାତିରେ ଗାଁର ନାମ ଥିବା ସରକାରୀ ଫଳକ କେହି ଦୁର୍ବୃତ୍ତ କାଢ଼ି ନେବା ପରେ ବୁଧବାର ସକାଳୁ ସ୍ଥାନୀୟ ବଜାରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅନେକ ଦୋକାନ ଭଙ୍ଗାରୁଜା, ପୋଡ଼ାଜଳା ସହ ଉଭୟ ପକ୍ଷ ଟେକା ପଥର ଓ କାଚ ବୋତଲ ମାଡ଼ କରିଥିଲେ। ଫଳରେ ସିମର-ବାଙ୍କୀ ମୁଖ୍ୟ ରାସ୍ତାରେ ପାଞ୍ଚ ଘଣ୍ଟା ଧରି ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଥିଲା। ଅଗ୍ନିଶମ ବାହିନୀର ଦୁଇଟି ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବିବାଦୀୟ ସ୍ଥାନରେ ପୁଲିସ ମୁତୟନ କରାଯାଇଛି।

Hot this week

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

ବିଷାକ୍ତ ଗ୍ୟାସ ଲିକ୍ : ଦୁଇ ମୃତ ,ଦଶହଜାର ପ୍ରଭାବିତ

ସମାଜ ଲାଇଭ ଡ଼େସ୍କ : ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍...

‘ମୁଁ ଯୁଦ୍ଧ ବନ୍ଦ କରିବି’-ପୁଣି ଏମିତି ଦୃଢୋକ୍ତି ବାଢିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ୩ ବର୍ଷ ହେବ ରୁଷ-ୟୁକ୍ରେନ ଯୁଦ୍ଧ...

Related Articles

Popular Categories