ପୁରୀ : ପୁରୀରେ ଆଜି ଅପରାହ୍ନରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହେବ। ଏଥିରେ ଶ୍ରୀମନ୍ଦିର ଚାରିପାଖ ଐତିହ୍ୟ କରିଡର ପ୍ରକଳ୍ପ ଚୂଡାନ୍ତ ହେବ। ଏହାସହ ଶ୍ରୀ ଜଗନ୍ନାଥଙ୍କ ଜମି ବିକ୍ରି ପାଇଁ ମଧ୍ୟ ନିଷ୍ପତ୍ତି ନିଆଯିବ। ଏହି ବୈଠକର ଅଧ୍ୟକ୍ଷତା ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ କରିବେ। ବର୍ତ୍ତମାନ ପରିଚାଳନା କିମିଟିର ଏହା ଶେଷ ବୈଠକ ହୋଇଥିବା ସହ ଏଥିରେ ପ୍ରତ୍ୟାହୁତ ଐତିହ୍ୟ ବାଇ ଲ ସମ୍ପର୍କରେ ଆଲୋଚନା ହେବ ବୋଲି ସୂଚନା ମିଳିଛି।
Popular Categories



