www.samajalive.in
Monday, December 15, 2025
26.1 C
Bhubaneswar

ସରିଲା ପହଣ୍ଡି, ରଥରେ ଚତୁର୍ଦ୍ଧାମୂର୍ତ୍ତି

ସମାଜ ଡିଜିଟାଲ ଡେସ୍କ: ଶେଷ ହେଲା ଶ୍ରୀଜୀଉଙ୍କ ପହଣ୍ଡି ଯାତ୍ରା। ଧାଡ଼ି ପହଣ୍ଡିରେ ଆସି ରଥରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଘଣ୍ଟଘଣ୍ଟା ବାଦ୍ୟରେ ଭକ୍ତଙ୍କ ଗହଣରେ ପହଣ୍ଡି କରି ତିନି ଠାକୁରଙ୍କୁ ରଥରେ ବିଜେ କରାଇଛନ୍ତି ସେବାୟତ। ପହଣ୍ଡି ସମୟରେ ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ବଡ଼ଦାଣ୍ଡ। ରଥରେ ଶ୍ରୀସୁଦର୍ଶନଙ୍କ ସମେତ ତିନି ଠାକୁରଙ୍କ ନୀତିକାନ୍ତି ଶେଷ ହେବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆସି ଛେରାପହଁରା କରିବେ। ଏହା ପରେ ଚାରମାଳ ଫିଟାଯାଇ ରଥରେ ଘୋଡ଼ା ସଂଯୋଗ ହେବ। ପରେ ରଥଟଣା ଆରମ୍ଭ ହେବ। ରତ୍ନବେଦୀକୁ ବାହୁଡ଼ିବେ ମହାପ୍ରଭୁ।

ସୋମବାର ବାହୁଡ଼ାଯାତ୍ରା ଉପଲକ୍ଷେ ନିର୍ଦ୍ଧାରିତ ସମୟ ମଧ୍ୟାହ୍ନ ୧୨ଟା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଆରମ୍ଭ ହୋଇଥିଲା ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି। ମଧ୍ୟାହ୍ନ ୧୨ଟାରେ ପହଣ୍ଡି ଯାତ୍ରା ଆରମ୍ଭ ହେବ ବୋଲି ପୂର୍ବରୁ ସମୟ ସ୍ଥିର ହୋଇଥିଲା। କିନ୍ତୁ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଯାଇଥିଲା। ପ୍ରଥମେ ଶ୍ରୀସୁଦର୍ଶନଙ୍କୁ ଧାଡ଼ି ପଣ୍ଡିରେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ବିଜେ କରାଯାଇଥିଲା। ଘଣ୍ଟଘଣ୍ଟା ବଜାଇ ସେବାୟତମାନେ ଭକ୍ତଙ୍କ ମେଳରେ ଠାକୁରଙ୍କୁ ରଥରେ ବିଜେ କରାଇଥିଲେ। ଏହା ପରେ ବଡ଼ ଠାକୁର ଶ୍ରୀବଳଭଦ୍ର ଝୁଲି ଝୁଲି ଧାଡ଼ି ପହଣ୍ଡିରେ ଆସି ରଥରେ ବସିଥିଲେ। ପରେ ମା’ ସୁଭଦ୍ରା ଏବଂ ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ରଥକୁ ବିଜେ କରାଯାଇଥିଲା।

- Advertisement -

ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଗତପତି ମହାରାଜା ଦିବ୍ୟସିଂହ ଦେବ ରଥରେ ଛେରାପହଁରା କରିବା ଲାଗି ସମୟ ଧାର୍ଯ୍ୟ ହୋଇଛି। କିନ୍ତୁ ପହଣ୍ଡି ସଅଳ ହୋଇଥିବାରୁ ଛେରାପହଁରା ଏବଂ ରଥଟଣା ଧାର୍ଯ୍ୟ ସମୟ ପୂର୍ବରୁ ହେବାର ସମ୍ଭାବନା ରହିଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories