www.samajalive.in
Friday, December 5, 2025
23.1 C
Bhubaneswar

ପହଣ୍ଡିରେ ଝୁଲି ଝୁଲି ଯାଉଛନ୍ତି କାଳିଆ ସାଆନ୍ତ

ସମାଜ ଡିଜିଟାଲ ଡେସ୍କ: ଆଗେ ଗଲେ ବଡ ଭାଇ, ପରେ ସୁନା ନାକି ଭଉଣୀ, ଶେଷରେ ଝୁଲି ଝୁଲି ଯାଉଛନ୍ତି କାଳିଆ ସାଆନ୍ତ । ଘଣ୍ଟଘଣ୍ଟା ବାଦ୍ୟରେ ନନ୍ଦିଘୋଷ ରଥକୁ ଯାଉଛନ୍ତି କାଳିଆ ଠାକୁର । ଆଢପ ମଣ୍ଡପରେ ଲୀଳାଖେଳା ସାରି ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ବଡ ଦେଉଳକୁ ବାହୁଡିବେ କାଳିଆ ଠାକୁର । ଆଜି ବାହୁଡାରେ ସକାଳୁ ସଅଳ ହୋଇଛି ସମସ୍ତ ନୀତିକାନ୍ତି । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଥିଲା । ବାହୁଡ଼ା ଯାତ୍ରା ପାଇଁ ମଧ୍ୟାହ୍ନ ୧୨ଟାରେ ପହଣ୍ଡି ଯାତ୍ରା ଆରମ୍ଭ ହେବ ବୋଲି ସମୟ ସ୍ଥିର ହୋଇଥିଲା। କିନ୍ତୁ ଏହା ପୂର୍ବରୁ ଅର୍ଥାତ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଶ୍ରୀସୁଦର୍ଶନଙ୍କୁ ଧାଡ଼ି ପଣ୍ଡିରେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ବିଜେ କରାଯାଇଥିଲା। ଘଣ୍ଟଘଣ୍ଟା ବଜାଇ ସେବାୟତମାନେ ଭକ୍ତଙ୍କ ମେଳରେ ଠାକୁରଙ୍କୁ ରଥରେ ବିଜେ କରାଇଥିଲେ। ଏହା ପରେ ବଡ଼ ଠାକୁର ଶ୍ରୀବଳଭଦ୍ର ଝୁଲି ଝୁଲି ଧାଡ଼ି ପହଣ୍ଡିରେ ଆସିଥିଲେ। ଏହାପରେ ମା ସୁଭଦ୍ରାଙ୍କୁ ରଥାଋୁଢ କରାଯାଇଛି । ଶେଷରେ ଆସୁଛନ୍ତି କାଳିଆ ସାଆନ୍ତ । ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ରଥରେ ଛେରାପହଁରା କରିବେ। ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଛେରାପହଁରା ଅନୁଷ୍ଠିତ ହେବ ବୋଲି ସମୟ ଧାର୍ଯ୍ୟ ହୋଇଛି। ଛେରାପହଁରା ପରେ ୩ ରଥରୁ ଚାରମାଳ ଖୋଲାଯାଇ ଘୋଡ଼ା ଲଗାଯିବ ଏବଂ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ ବୋଲି ସ୍ଥିର ହୋଇଛି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories