ପୁରୀରେ ହଣାକଟା, ୯ ଗିରଫ

ପୁରୀ: ପୁରୀ ମାର୍କେଟ ଛକରେ ହଣାକଟା ମାମଲାରେ ୯ଜଣଙ୍କୁ ପୁଲିସ ଗିରଫ କରିଛି ଏବଂ ସମସ୍ତ ଗିରଫ ୯ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଏସପି ମିହିର ପଣ୍ଡାଙ୍କ ସୂଚନା ଦେଇଛନ୍ତି।

ଏଠାରେ ସୂଚନା ଯୋଗ୍ୟରେ ପୁରୀ ମାର୍କେଟ ଛକରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇଗୋଷ୍ଠୀ ମଧ୍ୟରେ ହଣାକଟା ହୋଇଥିଲା। ଏହି ଘଟଣାରେ ଗୋଟିଏ ଗୋଷ୍ଠୀର ୬ଜଣ ଓ ଅନ୍ୟ ଗୋଷ୍ଠୀର ୩ଜଣଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି।

Comments are closed.