ସମୁଦ୍ରରେ ବୁଡ଼ି ୩ ଆହତ; ଡାକ୍ତରଖାନାରେ ଭର୍ତ୍ତି
ପୁରୀ: ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ ଘଟିଛି । ଗାଧୋଇବା ସମୟରେ ୩ ଜଣ ବୁଡ଼ିଯାଇ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ଜଣେ ଢେଙ୍କାନାଳ ଜିଲ୍ଲାର ରୋଜାଲିନ ନାଥ ବୋଲି ଜଣାପଡ଼ିଛି । ସେହିପରି ଅନ୍ୟ ଦୁଇଜଣ ଆହତ ପଶ୍ଚିମବଙ୍ଗର ହୋଇଥିବା ସୂଚନା ମିଳିଛି । ସେମାନଙ୍କ ନାଁ ସେବିକା ଦନ (୫୩) ଏବଂ ସତିଶ ମଣ୍ଡଳ (୫୬) ବୋଲି ଜଣାପଡିଛି । ସମସ୍ତ ଆହତଙ୍କୁ ଲାଇଫ ଗାର୍ଡ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି ।
Comments are closed.