www.samajalive.in
Wednesday, December 10, 2025
16.1 C
Bhubaneswar

ଜୁଲାଇ ୧୬ରେ ଚନ୍ଦ୍ରଗ୍ରହଣ ; ସହଳ ହେବ ଶ୍ରୀଜୀଉଙ୍କ ନୀଳାଦ୍ରିବିଜେ

ପୁରୀ : ଜୁଲାଇ ୧୬ତାରିଖ ମଙ୍ଗଳବାର ଆଷାଢ ପୂର୍ଣ୍ଣିମା ତିଥିରେ ଖଣ୍ଡଗ୍ରାସ କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହେବ। ରାତି ୧ଟା ୩୦ମିନିଟ ୫୨ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ। ରାତି ୪ଟା ୩୦ ମିନିଟରେ ସର୍ବମୋକ୍ଷ ହେବ। ତାହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସ୍ବତନ୍ତ୍ର ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ସେଦିନ ଅପରାହ୍ଣ ୪ଟା ୩୧ ସୁଦ୍ଧା ପାକତ୍ୟାଗ କରାଯିବ। ଶ୍ରୀମନ୍ଦିରରେ ଦିନ ୨ଟା ୧୫ରୁ ୪ଟା ମଧ୍ୟରେ ଦ୍ବିତୀୟ ଭୋଗମଣ୍ଡପ ଶେଷହେବ। ଗ୍ରହଣ ସ୍ପର୍ଶହେବା ପରେ ଦାରୁବ୍ରହ୍ମଙ୍କୁ ଗ୍ରହଣ ମହାସ୍ନାନ ଏବଂ ଗ୍ରହଣ ଭୋଗ କରାଯିବାକୁ ରବିବାର ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ସ୍ଥିର କରାଯାଇଛି।
କେବଳ ସେତିକି ନୁହେଁ, ଚନ୍ଦ୍ରଗ୍ରହଣକୁ ଦୃଷ୍ଟିରେ ରଖି ଜୁଲାଇ ୧୫ତାରିଖ ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୁ ସହଳ ନୀଳାଦ୍ରି ବିଜେ କରିବେ। ପ୍ରତ୍ୟେକବର୍ଷ ରାତିରେ ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ଶ୍ରୀସୁଦର୍ଶନ ରଥ ଉପରୁ ଶ୍ରୀମନ୍ଦିରକୁ ନୀଳାଦ୍ରି ବିଜେ କରିଥାଆନ୍ତି। ୧୬ ତାରିଖରେ ଗ୍ରହଣ ପଡୁଥିବାରୁ ଏବର୍ଷ ଅପରାହ୍ଣ ୪ଟାରୁ ନୀଳାଦ୍ରି ବିଜେ ପହଣ୍ଡି ଆରମ୍ଭ ହୋଇ ରାତି ୧୦ଟା ମଧ୍ୟରେ ଶେଷହେବ। ରାତି ୧୨ଟା ୩୦ ସୁଦ୍ଧା ରୁନ୍ଧାକାର୍ଯ୍ୟ ସମ୍ପନ୍ନ ହେବ। ଦଇତାପତିମାନେ ସର୍ବାଙ୍ଗ କରିବେ। ରାତି ୧ଟା ୧୫ରୁ ୨ଟା ୧୫ ମଧ୍ୟରେ ରତ୍ନସିଂହାସନରୁ ଚାରମାଳ ଫିଟାଯିବାର କାର୍ଯ୍ୟକ୍ରମ ରହିଛି।
ଚନ୍ଦ୍ରଗ୍ରହଣ ହେଉଥିବା ଦିନ ୬ଟାରୁ ଶ୍ରୀମନ୍ଦିର ଦ୍ବାର ଫିଟାଯିବ। ସକାଳ ୬ଟା ୩୦ରେ ଭିତରଶୋଧ, ୭ଟାରେ ମଙ୍ଗଳଆଳତି, ୭ଟା ୩୦ରେ ମଇଲମ ଓ ତଡପଲାଗି, ୭ଟା ୫୦ରେ ଅବକାଶ ପୂଜା, ୮ଟା ୧୦ରେ ଅଧରପୋଛା ପରେ ୯ଟା ୩୦ ସୁଦ୍ଧା ବେଶ ଶେଷହେବ। ଏହାପରେ ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ଗୋପାଳବଲ୍ଲଭ ଅନୁଷ୍ଠିତ ହେବ। ଦିନ ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ସକାଳଧୂପ, ଦିନ ୧୦ଟା ୪୫ରୁ ୧ଟା ୩୦ ମଧ୍ୟରେ ଭୋଗମଣ୍ଡପ, ଦିନ ୨ଟାରୁ ୩ଟା ମଧ୍ୟରେ ମଧ୍ୟାହ୍ନଧୂପ ଏବଂ ଦିନ ୨ଟା ୧୫ରୁ ୪ଟା ମଧ୍ୟରେ ଦ୍ବିତୀୟ ଭୋଗମଣ୍ଡପ କରାଯିବାକୁ ସ୍ଥିର ହୋଇଛି। ଆଷାଢ ପୂର୍ଣ୍ଣିମା ଚନ୍ଦ୍ରଗ୍ରହଣକୁ ଦୃଷ୍ଟିରେ ରଖି ଶ୍ରୀଜୀଉଙ୍କ ନୀଳାଦ୍ରିବିଜେ ପହଣ୍ଡି ଚତୁର୍ଦ୍ଦଶୀ ତିଥିରେ ଶୀଘ୍ର କରିବା ପାଇଁ ବୈଠକରେ ସ୍ଥିର କରାଯାଇଥିବା ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

Hot this week

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

Related Articles

Popular Categories