www.samajalive.in
Wednesday, December 10, 2025
16.1 C
Bhubaneswar

ସକ୍ରିୟ ହେଉଛି ମୌସୁମି, ଲେଉଟିଲା ତାତି

ଭୁବନେଶ୍ୱର : ମୌସୁମି ବାୟୁ କେରଳ ଛୁଇଁଥିବା ବେଳେ ଦେଶର ଅନ୍ୟ ପ୍ରାନ୍ତକୁ ଅଗ୍ରସର ହେବା ପାଇଁ ପରିସ୍ଥିତି ଏବେ ଅନୁକୂଳ ରହିଛି। ତେବେ ଓଡ଼ିଶାରେ ପାଗ ପରିବର୍ତ୍ତନ ହେଉ ନାହିଁ। ରାଜ୍ୟସାରା ଅସହ୍ୟ ଗୁଳୁଗୁଳି ଯନ୍ତ୍ରଣାଦାୟକ ହୋଇଛି। ସାମୟିକ ବିରାମ ପରେ ଆଜି ପୁଣି ଥରେ ତାତି ବଢ଼ିଛି। ଅପରପକ୍ଷେ ଦକ୍ଷିଣ-ପୂର୍ବ ଆରବ ସାଗରରେ ସୃଷ୍ଟ ଲଘୁଚାପ ଏବେ ସକ୍ରିୟ ରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେଇ ଉତ୍ତର, ଉତ୍ତରପଶ୍ଚିମ ଦିଗକୁ ଗତି କରି ଘୂର୍ଣ୍ଣିଝଡ଼ର ରୂପ ନେବାର ଯଥେଷ୍ଟ ସମ୍ଭାବନା ରହିଛି। କେରଳ ଉପକୂଳରେ ଥିବା ମୌସୁମି ବାୟୁ ଲାକ୍ଷାଦ୍ବୀପ, ତାମିଲନାଡ଼ୁ, ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ ପୂର୍ବ ଦିଗକୁ ଅଗ୍ରସର ହେଉଛି। ଫଳରେ ଆଣ୍ଡାମାନ ଓ ନିକୋବାର, କେରଳ, ତାମିଲନାଡ଼ୁ, କର୍ଣ୍ଣାଟକ ଓ ସିକ୍କିମ୍‌ରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। କେରଳରେ ମୌସୁମିର ଆଗମନ ହୋଇଥିଲେ ସୁଦ୍ଧା ଓଡ଼ିଶାରେ ତାପମାତ୍ରା କମୁ ନାହିଁ। ଆଜି ରାଜ୍ୟର ୯ଟି ସହରରେ ତାପମାତ୍ରା ୪୦ଂ ଅତିକ୍ରମ କରିଛି। ସମ୍ବଲପୁର ସବୁଠାରୁ ଉତ୍ତପ୍ତ ସହର ଭାବେ ୪୩.୬ଂ, ହୀରାକୁଦ ୪୩.୧ଂ, ଟିଟିଲାଗଡ଼ ୪୨.୬ଂ, ଝାରସୁଗୁଡ଼ା ୪୨.୨ଂ, ବଲାଙ୍ଗୀର ୪୨ଂ, ମାଲକାନଗିରି ୪୧ଂ, ସୋନପୁର ୪୦.୮, ଭବାନୀପାଟଣା ୪୦.୫ଂ, ଅନୁଗୋଳ ୪୦.୪ଂ ରେକର୍ଡ କରାଯାଇଛି। ସେହିପରି ଆଜି ବାରିପଦାରେ ୩୮.୬ଂ, ଚାନ୍ଦବାଲିରେ ୩୮.୨ଂ, ଭୁବନେଶ୍ବରରେ ୩୭.୭ଂ, ବାଲେଶ୍ବର ଓ କଟକରେ ୩୬.୫ଂ, ପୁରୀରେ ତାପମାତ୍ରା ୩୩.୫ଂ ରହିଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories