www.samajalive.in
Monday, December 8, 2025
13.1 C
Bhubaneswar

ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଜାରି ରହିବ ଲଢେଇ – ବିଜେପି

ଭୁବନେଶ୍ୱର: ରାଜ୍ୟ ବିଜେପି କୋର କମିଟି ଓ ରାଜ୍ୟ ପଦାଧିକାରୀଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିର୍ବାଚନରେ ବିଜେପି ପାଇଥିବା ସଫଳତା ପାଇଁ ଓଡିଶାବାସୀଙ୍କୁ କୃତଜ୍ଞତା ଜଣେଇବା ସହ ପରାଜୟର ସମୀକ୍ଷା କରାଯାଇଛି। ବାତ୍ୟା ଫନିରେ ରାଜ୍ୟ ସରକାରଙ୍କ ବିଫଳତା ଓ ପାଟଣାଗଡ ବିଧାୟକଙ୍କ ଏକ ସରକାରୀ ଅଫିସରଙ୍କୁ ର୍ଦୁବ୍ୟବହାର ପ୍ରସଙ୍ଗ ଆଲୋଚନା ହୋଇଥିବା ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ କହିଛନ୍ତି। ଆଗାମୀ ଦିନରେ ଓଡିଶାର ଜନ ଜୀବନ ସୁରକ୍ଷା ଏବଂ ଓଡିଶାର ସ୍ୱାର୍ଥ ରକ୍ଷା ପାଇଁ ବିଜେପି ଚୌକିଦାର ଭଳି ଲଢେଇ ଜାରି ରଖିବ ବୋଲି ହରିଚନ୍ଦନ କହିଛନ୍ତି।

ବୈଠକରେ ସାଙ୍ଗଠନିକ ସ୍ଥିତି ସୁଦୃଢ ତଥା ଆଗାମୀ ପାଟକୁରା ଏବଂ ବିଜେପୁିର ଉପନିର୍ବାଚନ ରଣନୀତି ସଂପର୍କରେ ଆଲୋଚନା ହୋଇଛି। ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ପ୍ରଥମେ ରାଜ୍ୟ ବିଜେପି କୋର କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ପରେ ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତିମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories