www.samajalive.in
Wednesday, December 10, 2025
23.1 C
Bhubaneswar

ବଳାତ୍କାର ଅଭିଯୋଗରୁ ମୁକ୍ତ କଲେ ହାଇକୋର୍ଟ, କହିଲେ ମହିଳାଙ୍କ ବୟାନ ଅବିଶ୍ୱାସଯୋଗ୍ୟ

ନୂଆଦିଲ୍ଲୀ: ବଳାତ୍କାର ଅଭିଯୋଗରେ ତଳ କୋର୍ଟରୁ ମୁକ୍ତ ହୋଇଥିବା ଆଦେଶକୁ କାୟମ ରଖିବା ସହ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଅଭିଯୋଗ ଆଣିଥିବା ମହିଳାଙ୍କ ବୟାନ ଅବିଶ୍ୱାସଯୋଗ୍ୟ ବୋଲି କହିଛନ୍ତି। ସମ୍ପୃକ୍ତ ଅଭିଯୋଗକାରିଣୀ ଘଟଣା ଘଟିବ ଦିନଠାରୁ ପୁଲିସରେ ଅଭିଯୋଗ କରିବା ପର୍ଯ୍ୟନ୍ତ ଅଭିଯୁକ୍ତକୁ ୫୨୯ ଥର କଲ କରିଥିଲେ। ଘଟଣାର ବିଚାର କରି ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ ମନମୋହନ ଓ ସଙ୍ଗୀତା ସେହଗଲଙ୍କୁ ନେଇ ଗଠିତ ଖଣ୍ଡପୀଠ ତଳ କୋର୍ଟ ରାୟକୁ ଉଚିତ କହିବା ସହ ଅଭିଯୋଗକାରିଣୀ ମହିଳାଙ୍କ ବୟାନ ଅତ୍ୟଧିକ ଅବିଶ୍ୱାସଯୋଗ୍ୟ ଓ ମିଛ କଥାକୁ ପ୍ରଶ୍ରୟ ଦେଉଥିବା କହିଛନ୍ତି। ହାଇକୋର୍ଟ ମହିଳାଙ୍କ ଅପିଲ ଖାରଜ କରିଦେଇଛନ୍ତି। ତଳ କୋର୍ଟ ଅଭିଯୁକ୍ତକୁ ଗତ ଜାନୁଆରୀ ୫ରେ ଦୋଷ ମୁକ୍ତ କରିଥିଲେ।

ସୂଚନା ଅନୁଯାୟୀ, ମହିଳାଜଣକ ଅଭିଯୋଗ କରିଥିଲେ ଯେ ସେ ଅଭିଯୁକ୍ତ ସହ ‘ଲିଙ୍କଡ଼ ଇନ’ ୱେବସାଇଟ ମାଧ୍ୟମରେ ପରିଚିତ ହୋଇଥିଲେ କିନ୍ତୁ ସେ ତାହା ପୁଲିସକୁ ଦେଇଥିବା ଏଫଆଇରରେ ଉଲ୍ଲେଖ କରି ନ ଥିଲେ। ଯେଉଁ ହୋଟେଲ କୋଠରୀରେ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଥିଲା ସେଠାରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଥିଲେ ମଧ୍ୟ ମହିଳାଜଣକ ସେମାନଙ୍କୁ ଜଣାଇ ନ ଥିଲେ କିମ୍ୱା ପୁଲିସରେ ଅଭିଯୋଗ କରି ନ ଥିଲେ। ୩୦ଦିନ ପର୍ଯ୍ୟନ୍ତ ସେ ମଧ୍ୟ ପୁଲିସରେ ଅଭିଯୋଗ କରି ନ ଥିଲେ। ସିଆରପିଏଫର ଜଣେ ଅବସରପ୍ରାପ୍ତ କମାଣ୍ଡରଙ୍କ ଝିଅ ଓ ନିଜେ ଜଣେ ପ୍ରଫେସର ହୋଇ ମଧ୍ୟ ମୋବାଇଲ ମିଳିବ ପରେ ପୁଲିସ କିମ୍ବା ଅନ୍ୟ କାହା ଆଗରେ ଅଭିଯୋଗ ନ କରିବାର କୌଣସି କାରଣ ନ ଥିବା କୋର୍ଟ କହିଛନ୍ତି।

Hot this week

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

ସୀମା ଟପିଲା ବର୍ବରତା: ୬ବର୍ଷର ଝିଅ ସହିତ ନିର୍ଭୟା ପରି ଘଟଣା

ସମାଜ ଡିଜିଟାଲ ଡେସ୍କ: ଗୁଜୁରାଟର ରାଜକୋଟରେ ଚାଞ୍ଚଲ୍ୟ । ଜଣେ ନିର୍ଦ୍ଦୋଷ,...

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

Related Articles

Popular Categories