www.samajalive.in
Saturday, December 6, 2025
15.1 C
Bhubaneswar

ମନ୍ଦିର ଯାଇଥିଲେ, ଅସଦାଚରଣର ଶିକାର ହେଲେ

ପୁରୀ: ମନ୍ଦିର ଯାଇଥିଲେ , ଅସଦାଚରଣର ଶିକାର ହେଲେ ୩ ଭଉଣୀ। ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ସଦର ଥାନା କଣ୍ଠପୁର ଅଞ୍ଚଳରେ । ଆଜି ୩ ଭଉଣୀ ନିଜ ଘର ଠାରୁ ଅଢେଇ କିଲୋମିଟର ଦୂରରେ ଥିବା ଏକ ମନ୍ଦିରକୁ ଦର୍ଶନ ଲାଗି ଯାଇଥିଲେ। ଏତିକି ବେଳେ କଣ୍ଠପୁର ପାଖରେ ଥିବା ଏକ ବସ୍‌ଷ୍ଟାଣ୍ଡରେ କିଛି ଦୁର୍ବୁତ୍ତ ମଦ୍ୟପାନ କରିଥିଲେ। ୩ ଭଉଣୀ ସେହି ବାଟ ଦେଇ ଯିବା ବେଳେ ଦୁର୍ବୁତ୍ତମାନେ ଅସଦାଚରଣ କରିଥିଲେ। ଏପରିକି ସେମାନଙ୍କଠାରୁ ମନି ପର୍ସ ଛଡାଇନେଇଥିଲେ। ସେଥିରେ ଥିବା ଦୁଇ ହଜାରରୁ ଅଧିକ ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ୬ ଦୁର୍ବୁତ୍ତ ଫେରାର ହୋଇଯାଇଥିଲେ। ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories